ଏସ୍‌ଏସ୍‌ସି ପ୍ରଶ୍ନପତ୍ର ପ୍ରଘଟ ମାମଲା : ମାଷ୍ଟରମାଇଣ୍ଡ ଗିରଫ

0

ନୂଆଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚ ଦିଲ୍ଲୀ ସରକାରର ଜଣେ କିରାଣିଙ୍କୁ ଗିରଫ କରିଛି। କିରାଣି ଜଣକ ଏସ୍‌ଏସ୍‌ସି ପକ୍ଷରୁ ଆୟୋଜିତ ଅନଲାଇନ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ସାହଯ୍ୟ କରୁଥିବା ଏକ ଅପରାଧୀକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଶୁକ୍ରବାର ଦିଲ୍ଲୀର ବ୍ୟାପାର ଏବଂ ଟିକସ୍‌ ବିଭାଗରେ କାର୍ଯ୍ୟରତ କିରାଣି ହରପାଲ ସିଂହ (୩୩)ଙ୍କୁ ଗିରଫ କରାଯାଇଛି ବୋଲି ରବିବାର ପୁଲିସ୍‌ ସୂଚନା ଦେଇଛି । ଏହି ଗିରଫଦାରୀଙ୍କୁ ମିଶାଇ ଗରିଫ ସଂଖ୍ୟା ୧୦ରେ ପହଞ୍ଚିଛି । ପୁଲିସ୍‌ କହିବା ଅନୁସାରେ ହରପାଲ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିଲା ଓ ପରୀକ୍ଷାରେ ଠକେଇ ପାଇଁ ଯୋଜନା ରଚିଥିଲା । ଉଲ୍ଲେଖ ଯେ ମାର୍ଚ୍ଚ ମାସରେ ଏସ୍‌ଏସ୍‌ସି ଦ୍ୱାରା ଆୟୋଜିତ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ୍‌) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା ପଦାକୁ ଆସିଥିଲା । ଫେବୃଆରୀ ୧୨ରେ ଏସ୍‌ଏସ୍‌ସି ଅଧୀନରେ ଅନୁଷ୍ଠିତ ଉକ୍ତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହୋଇଥିଲା। ଏ ନେଇ ପରୀକ୍ଷାର୍ଥୀମାନେ ଫେବୃଆରୀ ୨୭ରେ ଏସ୍‌ଏସ୍‌ସି କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାର ତଦନ୍ତରୁ କିରାଣି ହରପାଲଙ୍କ ସମ୍ପର୍କ ଜଣାପଡିବା ପରେ ସେ ଫେରାର ହୋଇଯାଇଥିଲେ । ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି ।

Leave A Reply