ସିଭିଲ ସର୍ଭିସ ପରୀକ୍ଷା ଟପ୍ପର ରଖିଛନ୍ତି ୫୫% ନମ୍ବର

0

ନୂଆଦିଲ୍ଲୀ : ନିକଟରେ ପ୍ରକାଶ ପାଇଥିବା ୟୁପିଏସସି ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ଅନୁଦୀପ ଦୁରୀସେଟ୍ଟି ୫୫.୬୦% ନମ୍ବର ରଖିଛନ୍ତି। ଅନୁଦୀପ ଲିଖିତ ପରୀକ୍ଷାରେ ୧୭୫୦ରୁ ୯୫୦ ନମ୍ବର ରଖିଥିବାବେଳେ ମୌଖିକ ପରୀକ୍ଷାରେ ୨୭୫ରୁ ୧୭୬ ନମ୍ବର ରଖିଛନ୍ତି। ମୋଟ୍‌ ୨୦୨୫ରୁ ସେ ୧୧୨୬ ନମ୍ବର ରଖିଛନ୍ତି। ଦ୍ୱିତୀୟସ୍ଥାନ ହାସଲ କରିଥିବା ଅନୁ କୁମାର ୫୫.୫୦% ଓ ତୃତୀୟ ସ୍ଥାନ ହାସଲ କରିଥିବା ସଚିନ ଗୁପ୍ତା ୫୫.୪୦% ନମ୍ବର ରଖିଛନ୍ତି। ଅନୁ ଲିଖିତରେ ୯୩୭ ଓ ମୌଖିକରେ ୧୮୭ ଏବଂ ସଚିନ ଲିଖିତରେ ୯୪୬ ଓ ମୌଖିକରେ ୧୭୬ ନମ୍ବର ରଖିଛନ୍ତି। ଶେଷ ସ୍ଥାନ ୯୯୦ରେ ରହିଥିବା ହିମାଂକ୍ଷୀ ଭରଦ୍ୱାଜ ୪୦.୯୮ ପ୍ରତିଶତ ନମ୍ବର ରଖିଛନ୍ତି। ଏହି ନମ୍ବରରୁ ଜଣାଯାଉଛି ଯେ ସିଭିଲ ସର୍ଭିସ ପରୀକ୍ଷାରେ କେପରି କଠୋର ମାନଦଣ୍ଡ ବ୍ୟବହାର କରାଯାଉଛି। ୨୦୧୬ ମସିହାର ଟପ୍ପର ନନ୍ଦିନୀ କେଆର ୫୫.୩୦% ଓ ୨୦୧୫ର ଟପ୍ପର ଟିନା ଡାବି ୫୨.୪୯% ନମ୍ବର ରଖିଥିଲେ।

Leave A Reply