ଛତିଶଗଡ଼ରେ ୧୦ ମାଓବାଦୀ ଗିରଫ

0

ରାୟପୁର : ଛତିଶଗଡ଼ର ମାଓ ପ୍ରବଣ ବିଜାପୁର ଜିଲାର ପୃଥକ ପୃଥକ ସ୍ଥାନରୁ ୧୦ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ବିଜାପୁର ଏସ୍‌ପି ମୋହିତ ଗର୍ଗଙ୍କ କହିବା ଅନୁସାରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଏହି ସମୟରେ ବିଜାପୁର ଜଙ୍ଗଲରୁ ସୁରକ୍ଷା କର୍ମୀମାନେ ପୃଥକ ସ୍ଥାନରୁ ୧୦ ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଉଲ୍ଲେଖ ଯେ ମହାରାଷ୍ଟ୍ରରେ ଗଡ଼ଚିରୋଲିରେ ସୁରକ୍ଷା କର୍ମୀଙ୍କ ମାଓ ବିରୋଧୀ ଅଭିଯାନ ପ୍ରତିବାଦରେ ମାଓବାଦୀମାନେ ବନ୍ଦ ଡାକରା ଦେଇଥିଲେ । ଡିଆରଜି ଏବଂ ଡିଏଫ ଦଳ ମୋଡେଡ ତାନା ଅଧୀନ ଧନଗୋଳ ଏବଂ ଡଁପାୟା ଗ୍ରାମ ଜଙ୍ଗଲକୁ ଘେରାବନ୍ଦୀ କରି ତଲାସୀ କରିଥିଲେ । ସେଠାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଥିଲା । ପରେ ପୋଲମପଲ୍ଲୀ ଜଙ୍ଗଲରୁ ୩ ଓ ଦରବା ଗ୍ରାମରୁ ଅନ୍ୟ ଜଣେ ମାଓବାଦୀକୁ ଗିରଫ କରାଯାଇଛି ।

Leave A Reply