ରଜନୀକାନ୍ତଙ୍କ ଘରେ ବୋମା ଖଞ୍ଜାଯାଇଥିବା ଧମକ

0

ଚେନ୍ନଇ : ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଘରେ ବୋମା ଖଞ୍ଜାଯାଇଥିବା ନେଇ କେହି ଅଜଣା ବ୍ୟକ୍ତି ପୁଲିସ୍‌କୁ ଫୋନ୍‌ କରି ଧମକ ଦେଇଛି । ସନ୍ଧ୍ୟା ୬ଟା ୨୭ ମିନିଟରେ ଏହି ଫୋନ୍‌ କଲ୍‌ ଆସିଥିଲା । ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଶନିବାର ତାମିଲନାଡୁ ପୁଲିସ୍‌କୁ ଗୋଟିଏ ମୋବାଇଲ ନମ୍ବରରୁ ଦୁଇ ଥର କଲ୍‌ ଆସିଥିଲା । ପ୍ରଥମ ଫୋନ୍‌ ଦିନ ୧ଟା ୫୦ରେ ଆସିଥିଲା । ପ୍ରଥମ ଫୋନ୍‌ କଲରେ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ଘରେ ବୋମା ଖଞ୍ଜାଯାଇଥିବା କେହି ଜଣେ ଦୁର୍ବୃତ୍ତ ଧମକ ଦେଇଥିଲେ । ଫଳରେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ବୋମା ନିଷ୍କ୍ରିୟକାରୀ ଦଳକୁ ପଠାଯାଇଥିଲା । ସେଠାରେ କିଛି ମିଳିନଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢାଇ ଦିଆଯାଇଛି । ଏହାପରେ ସେହି ନମ୍ବରରୁ ସନ୍ଧ୍ୟା ୬ଟା ୨୭ରେ ଆଉ ଏକ କଲ୍‌ ଆସିଥିଲା । ଏଥର ରଜନୀକାନ୍ତଙ୍କ ଘରେ ବୋମା ଖଞ୍ଜାଯାଇଥିବା ବ୍ୟକ୍ତି ଜଣକ କହିଥିଲା । ପୁଲିସ୍‌ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଛି ।

Leave A Reply