ବିଜେପି ମନ୍ତ୍ରୀଙ୍କ କାରକୁ ଟେକାମାଡ

0

କଠୁଆ : ଜାମ୍ମୁ-କାଶ୍ମୀର ସରକାରରେ ମନ୍ତ୍ରୀ ଥିବା ବିଜେପି ନେତା ଶ୍ୟାମ ଲାଲ ଚୌଧୁରୀଙ୍କ କାର୍‌ ଉପରକୁ କେତେକ ଉତ୍ୟକ୍ତ ଲୋକେ ଶନିବାର ଟେକାମାଡ କରିଛନ୍ତି। ଲୋକମାନେ କଠୁଆ ଗଣବଳାତ୍କାର ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେହିବାଟ ଦେଇ ଯାଉଥିଲେ। ହରିନଗର ଅଞ୍ଚଳରେ ବିକ୍ଷୋଭକାରୀମାନେ ମନ୍ତ୍ରୀଙ୍କ କାର୍‌କୁ ଅଟକାଇ ସ୍ଲୋଗାନ ଦେଇଥିଲେ। କେତେକ ଲୋକ ମନ୍ତ୍ରୀଙ୍କ କାର୍‌କୁ ଟେକାମାଡ କରିଥିଲେ। ତେବେ ପୁଲିସ ମନ୍ତ୍ରୀଙ୍କୁ ସେଠାରୁ ସହଜରେ ଖସାଇ ନେବାରେ ସଫଳ ହୋଇଥିଲା।

Leave A Reply