ଝଡ଼ବର୍ଷା ଓ ଧୂଳିଝଡ଼ ନେଇ ସ୍ୱରାଷ୍ଟ୍ର  ମନ୍ତ୍ରଣାଳୟର ସତର୍କ ସୂଚନା

0

ନୂଆଦିଲ୍ଲୀ : ପାଣିପାଗରେ ଅସ୍ବଭାବିକ ପରିବର୍ତ୍ତନ, ଘଡ଼ଘଡ଼ି ବର୍ଷା ଓ ଧୂଳିଝଡ଼  ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି।  ଧୂଳିଝଡ଼ ଯୋଗୁଁ ଉତ୍ତର ଭାରତରେ ଶତାଧିକ ଳୋକଙ୍କ ମୃତ୍ୟୁ ପରେ ସ୍ୱରାଷ୍ଟ୍ର  ମନ୍ତ୍ରଣାଳୟ ସଜାଗ ରହିଛି। ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଉତ୍ତର ପୂର୍ବାଞ୍ଚଳରେ  ଘଡ଼ଘଡ଼ି ସହ ବର୍ଷା ଓ ପବନର ସମ୍ଭାବନା ଅଛି ବୋଲି ସାନି ସତର୍କତା ଜାରି କରାଯାଇଛି ।

ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ପଞ୍ଜାବର କେତେକ ସ୍ଥାନରେ ଜୋର ପବନ ବହିବା ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ସେହିଭଳି କେରଳ, ଆସାମ, ମେଘାଳୟ ଓ ତ୍ରିପୁରାରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି । ରାଜସ୍ଥାନରେ ମଧ୍ୟ ଧୂଳିଝଡ଼  ସମ୍ଭାବନା ନେଇ ଅନୁମାନ କରାଯାଇଛି । ବିହାରରେ ଝଡ଼ ଯୋଗୁଁ ପ୍ରାୟ ୩୦ ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ଜଣାପଡ଼ିଛି । କ୍ଷୟକ୍ଷତିର ଆକଳନ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ରାଶି ଘୋଷଣା କରିବେ । ଉତ୍ତର ପ୍ରଦେଶ ସରକାର ଧୂଳିଝଡ଼ ଯୋଗୁଁ କ୍ଷତିଗ୍ରସ୍ତ ଜିଲ୍ଲାର ଚାଷୀଙ୍କ ପାଇଁ ୧୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଜାତୀୟ ବିପର୍ଯ୍ୟୟ ରିଲିଫ୍‍ ପାଣ୍ଠିରୁ ୧୫୩ କୋଟି ଟଙ୍କା ସହାୟତା ପାଇଁ ଉତ୍ତର ପ୍ରଦେଶ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ବର୍ଷା ଯୋଗୁଁ ରାଜ୍ୟର ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Leave A Reply