ପୁଣି ମାତିଲେ ମାଓବାଦୀ

0

କଟକ: କିଛି ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଉଠିଛି ମାଓବାଦୀ ସଂଗଠନ । ଦୁଇଟି ପୃଥକ ସ୍ଥାନରେ ମାଓବାଦୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଏକ ସ୍ଥାନରେ ମାଓବାଦୀଙ୍କ ଭୟରେ କିଛି ପରିବାର ଗାଁ ଛାଡିଛନ୍ତି ।

ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ପାଣ୍ଡୁରଙ୍ଗା ପଦା । ମୃତଦେହ ନିକଟରୁ ଏକ ମାଓ ପୋଷ୍ଟର ଜବତ ହୋଇଛି । ଯେଉଁଥିରେ ଦାର୍ଶନିକ କାର୍ଲମାସ୍କଙ୍କ ୨୦୦ ବର୍ଷ ପୂର୍ତ୍ତି ଜନ୍ମଦିନ ପାଳନ କରିବାକୁ ଉଲ୍ଲେଖ ରହିଛି । ସେହିପରି ମାଓବାଦୀମାନେ ଗତକାଲି ବିଳମ୍ବିତ ରାତିରେ ଏକ ମିନି ଟ୍ରକକୁ ଜାଳି ଦେଇଥିବା ସୂଚନା ମିଳିଛି । ଗତକାଲି ମାଓବାଦୀମାନେ ସୁକୁମା ଅଞ୍ଚଳରେ ଅନେକ ସ୍ଥାନରେ ପୋଷ୍ଟର ମାରି ଭାରତ ବନ୍ଦ ଡାକରା ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅଛନ୍ତି।

ସେହିପରି ମାଓବାଦୀଙ୍କ ଭୟରେ କଳାହାଣ୍ଡି  ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁରର ୧୦ଟି ପରିବାର ଗାଁ ଛାଡି ପଳାଇଥିବା ଜଣାପଡିଛି ।

 

Leave A Reply