ପୁଲିସ୍‌ ବାହନୀରେ କିନ୍ନରଙ୍କୁ ନିଯୁକ୍ତି ଦେବ ଛତିଶଗଡ

0

ରାୟପୁର : ବିଜେପି ନେତୃତ୍ୱାଧୀନ ଛତିଶଗଡ଼ ସରକାର ପୁଲିସ୍‌ ବାହିନୀରେ କିନ୍ନରଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସମାଜରେ ଲିଙ୍ଗଗତ ବୈଷମତା ଦୂର କରିବା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି ପାଇଁ ରମଣ ସିଂଙ୍କ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଛତିଶଗଡ଼ ପୁଲିସ୍‌ ବିଭିନ୍ନ ସ୍ଥାନରେ କର୍ମଶାଳାମାନ ଆୟୋଜନ କରି ଆଗ୍ରହୀ କିନ୍ନରଙ୍କଠାରୁ ଦରଖାସ୍ତ ଆବେଦନ କରୁଛି । ଛତିଶଗଡ଼ ଦେଶର ପ୍ରଥମ ରାଜ୍ୟ ଭାବେ ପୁଲିସ୍‌ ବାହିନୀରେ କିନ୍ନରଙ୍କୁ ନିଯୁକ୍ତି ଦେବାକୁ ଯାଉଛି । ଛତିଶଗଡ଼ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଆବେଦନକାରୀଙ୍କୁ ପୁଲିସ୍‌ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସେମାନଙ୍କୁ ଲିଖିତ ଓ ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବ । ଏପର୍ଯ୍ୟନ୍ତ ୪୦ ଜଣ କିନ୍ନର କନଷ୍ଟେବଳ ପଦ ପାଇଁ ଆବେଦନ କରିଛନ୍ତି । ଉଲ୍ଲେଖ ଯେ ୨୦୧୪ରେ ସୁପ୍ରିମକୋର୍ଟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେବା ସହ ସମ୍ବିଧାନର ମୌଳିକ ଅଧିକାର ଉପରେ ସେମାନଙ୍କ ସମାନ ଅଧିକାର ରହିଛି ବୋଲି କହିଥିଲେ । ଏ କ୍ରମରେ ଛତିଶଗଡ଼ ସରକାର କିନ୍ନରଙ୍କ ପାଇଁ ପୁଲିସ୍‌ ବାହିନୀର ଦ୍ୱାର ଖୋଲିଛି ।

Leave A Reply