ଡେରାଡୁନରେ ବେଆଇନ ମୁଦ୍ରାଶାଳା ଠାବ

0

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସାଇବର ସେଲ୍‌ ଡେରାଡୁନରେ ଏକ ବେଆଇନ ମୁଦ୍ରାଶାଳା ଠାବ କରିଛି। ଏହି ମୁଦ୍ରାଶାଳାରେ ଇଥେରିୟମ୍‌ ମୁଦ୍ରା ତିଆରି କରାଯାଇ ବିଶ୍ୱ ବଜାରରେ ବିକ୍ରି କରାଯାଉଥିଲା। ଦେଶରେ ପ୍ରଥମ କରି ଏପରି ମୁଦ୍ରାଶାଳାର ଠାବ କରାଯାଇଛି। ଏପ୍ରିଲ୨୫ରେ ପୁଲିସ ଏହି ମୁଦ୍ରାଶାଳାର ମାଲିକ କମଲ ସିଂହ ଓ ବିଜୟ କୁମାରଙ୍କୁ ଗିରଫ କରିବା ପରେ ଏହି ଘଟଣା ପଦାକୁ ଆସିଥିଲା। ଏହି ଦୁଇଜଣ କ୍ରିପ୍‌ଟୋକରେନ୍ସି ରାକେଟ ଚଳାଇବା ସହ ଏଥିରେ ଲୋକଙ୍କୁ ନିଯୁକ୍ତି ପାଇଁ ପ୍ରବର୍ତ୍ତାଉଥିଲେ। ଏହି ଦୁଇ ଅଭିଯୁକ୍ତ ବିଟ୍‌ କଏନର ପୁଞ୍ଜି ବଜାର ଚଳାଇବା ସହିତ ଅନେକ ଲୋକଙ୍କୁ ଠକିଛନ୍ତି। ପୁଞ୍ଜିବଜାରରେ ଏମାନେ ପ୍ରାୟ ୧୦୦କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
ଦିଲ୍ଲୀ ପୁଲିସର ଡିସିପି (ସାଇବର ସେଲ୍‌)ଙ୍କ କହିବା ଅନୁଯାୟୀ ଡେରାଡୁନ ୪୦୦୦ ବର୍ଗଫୁଟ ଅଞ୍ଚଳରେ ଏହି କାରଖାନା ଚାଲିଥିଲା। ପୁଲିସ କାରଖାନା ମଧ୍ୟରୁ କମ୍ପୁଟର ଓ ୫୦୦ ଗ୍ରାଫିକ୍ସ କାର୍ଡ ଓ ସର୍ଭର ଜବତ କରିଛି। ଏହା ସହିତ ଗୋଦାମ ଘରୁ ୧୦୦ଟି ଇଥେରିୟମ୍‌ ରିଗ୍‌ସ ଜବତ କରିଛି।

Leave A Reply