୭ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
କଟକ : ଚଳିତ ମାସ ୭ ତାରିଖ ସୋମବାର ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୭ ତାରିଖ ସକାଳ ୯ଟା ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟାରୁ ବୋର୍ଡ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। www.bseodisha.ac.in ଏବଂ www.bseodisha.nic.in ୨ଟି ୱେବସାଇଟରେ ପରୀକ୍ଷା ଫଳ ଉପଳବ୍ଧ ହେବ। ସେହିପରି ଅପରାହ୍ନରୁ ବୋର୍ଡ ୱେବସାଇଟରେ ଓଏମ୍ଆର ସିଟ୍ ଉପଲବ୍ଧ ହେବ।
ସେହିପରି ଇଣ୍ଟରନେଟ ସୁବିଧା ନ ଥିବା ଅଞ୍ଚଳରେ ମୋବାଇଲରେ ଏସ୍ଏମଏସ୍ ମାଧ୍ୟମରେ ପିଲାଙ୍କୁ ପରୀକ୍ଷା ଫଳ ସଂପର୍କରେ ସୂଚନା ପ୍ରଦାନ କରାଯିବ। OR10< ରୋଲ ନମ୍ବର > ଦେଇ ୫୬୭୬୭୫୦କୁ ଏସ୍ଏମଏସ୍ କଲେ ପିଲାଙ୍କୁ ପରୀକ୍ଷା ଫଳ ସଂପର୍କରେ ସୂଚନା ପାଇ ପାରିବେ।
ପରୀକ୍ଷା ଫଳ ସଂକ୍ରାନ୍ତରେ ସୂଚନା ପ୍ରଦାନ ପାଇଁ ବୋର୍ଡ ପକ୍ଷରୁ ୭ ତାରିଖ ଠାରୁ ସାତ ଦିନ ପାଇଁ ଏକ ନିୟନ୍ତ୍ରଣ କକ୍ଷ କୋଲା ଯିବ। ଏହାର ନମ୍ବର ହେଉଛି ୦୬୭୧-୨୪୧୨୦୬୦ ଏବଂ ୨୪୧୨୦୫୯।