www.samajalive.in
Monday, December 8, 2025
14.1 C
Bhubaneswar

ପିଲାଙ୍କୁ ଏହି ଖାଦ୍ୟ ଏକତ୍ର ଦେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ପିଲାମାନଙ୍କର ଜିଦିକୁ ପୂରଣ କରିବା ପାଇଁ ବାପା-ମାଆ ସେମାନଙ୍କୁ ଅନେକ ଖାଦ୍ୟଦ୍ରବ୍ୟ ଖାଇବାକୁ ଦେଇଥାଆନ୍ତି। ପିଲାଙ୍କର ଜିଦି କରିବା ସ୍ବାଭାବିକ। ସେମାନଙ୍କର ସବୁ ଜିଦି ପୂରଣ କରିବା ଉଚିତ ନୁହେଁ। କିଛି ଖାଦ୍ୟଦ୍ରବ୍ୟ ରହିଛି ଯାହା ପିଲାଙ୍କ ପାଇଁ ସ୍ବାସ୍ଥ୍ୟଗତ ସମସ୍ୟା ଉତ୍ପନ୍ନ  କରିଥାଏ। ଏହାଦ୍ବାରା ପିଲାମାନେ ବାରମ୍ବାର ରୋଗାଗ୍ରସ୍ତ ହୋଇଥାଆନ୍ତି।

ଏହାସହ କିଛି ଖାଦ୍ୟଦ୍ରବ୍ୟ ରହିଛି ଯାହାକୁ ମିଶାଇ ଶିଶୁଙ୍କୁ ଦେବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଅସୁବିଧା ଦେଖା ଦେଇଥାଏ। ସେହି କାରଣରୁ ପିଲାଙ୍କର ପେଟ ଦରଜ, ଗ୍ୟାସ, କୋଷ୍ଠକାଠିନ୍ୟ ଓ ଡାଇରିଆ ପରି ସମସ୍ୟା ହୋଇଥାଏ।

- Advertisement -

ତେବେ ଆସନ୍ତୁ ଜାଣିବା ପିଲାଙ୍କ ପାଇଁ କେଉଁ ଖାଦ୍ୟ ଉଚିତ୍ ନୁହେଁ :

ଫଳ ଓ ଦହି :

ଏହାକୁ ଏକତ୍ର ପିଲାମାନଙ୍କୁ ଖାଇବାକୁ ଦେବା ଉଚିତ ନୁହେଁ। ଏହା ଶରୀରରେ ଟକ୍ସିନ ଉତ୍ପନ୍ନ କରିଥାଏ। ଏହାଦ୍ବାରା ପିଲାମାନଙ୍କୁ ଥଣ୍ଡା-ଜ୍ବର, ସାଇନସ, କଫ ଓ ଏଲର୍ଜି ସମସ୍ୟା ହୋଇଥାଏ। ତେଣୁ ପିଲାମାନଙ୍କୁ ଫଳ ଖୁଆଇବାର ଦୁଇ ତିନି ଘଣ୍ଟା ପରେ ଦହି ଦେବା ଉଚିତ।

କଦଳୀ ଓ କ୍ଷୀର :

କ୍ଷୀର ଓ କଳଦୀକୁ ଏକତ୍ର ପିଲାମାନଙ୍କୁ ଖୁଆଇବା ଉଚିତ ନୁହେଁ। ଉଭୟରେ ଅଧିକ ଭିଟାମିନ ରହିଛି। ତାହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଉତ୍ତମ କିନ୍ତୁ ଏହାକୁ ଏକତ୍ର ଖାଇବାକୁ ଦେବା ଦ୍ବାରା ବାନ୍ତି ଓ ନିଦ ସମସ୍ୟା ହୋଇଥାଏ।

ପିଜା ଓ ସୋଡା :

ପ୍ରତ୍ୟେକ ପିଲାଙ୍କୁ ପିଜା ଓ ସୋଡା ପିଇବାକୁ ଭଲ ଲାଗେ। କିନ୍ତୁ ଏହା ପିଲାମାନଙ୍କ ପାଚନ କ୍ରିୟା ଉପରେ ଅଧିକ ପ୍ରଭାବ ପକାଇଥାଏ। ଏହାକୁ ଏକତ୍ର ଖାଇବା ଦ୍ବାରା ପେଟ ଭାରି ପରି ଲାଗେ। କିଛି କାର୍ଯ୍ୟ କରିବାକୁ ଇଚ୍ଛା ହୋଇ ନ ଥାଏ।

ବର୍ଗର ଓ ଛଣାଛଣି ଖାଦ୍ୟ :

ପିଲାଙ୍କ ପାଇଁ ବର୍ଗର ଓ ଛଣାଛଣି ଖାଦ୍ୟ ଅଧିକ କ୍ଷତିକାରକ ହୋଇଥାଏ। ଏହା ଶରୀରରେ ରକ୍ତରେ ଶର୍କରାର ପରିମାଣ କମାଇ ଦେଇଥାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories