www.samajalive.in
Sunday, December 7, 2025
23.1 C
Bhubaneswar

ଫଳ ଜୁସ୍ ଅତ୍ୟଧିକ ମାତ୍ରାରେ ପିଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ

ଅନେକ ବ୍ୟକ୍ତିଙ୍କର ଫଳ ଜୁସ୍ ପିଇବାକୁ ଅତ୍ୟନ୍ତ ଭଲ ଲାଗେ। ସେହି କାରଣରୁ ସେମାନେ ପ୍ରତିଦିନ ଫଳ ଜୁସ୍ ପିଇ ଥାଆନ୍ତି। ସେମାନେ ଭାବି ଥାଆନ୍ତି ଯେ, ଫଳ ଜୁସ୍ ପିଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। କିନ୍ତୁ ଏପରି ହୋଇ ନ ଥାଏ। ସ୍ବାସ୍ଥ୍ୟ ପାଇଁ ଅନ୍ୟ ଡ୍ରିଙ୍କସ୍ ଯେତେ କ୍ଷତିକାରକ ଫଳ ରସ ମଧ୍ୟ ସେତିକି କ୍ଷତିକାରକ ହୋଇଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ଆବଶ୍ୟକତା ଠାରୁ ଅଧିକ ଫଳ ଜୁସ୍ ପିଇବା ଦ୍ବାରା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ।

ତେବେ ଆସନ୍ତୁ ଜାଣିବା, ଫଳ ଜୁସ୍ ପିଇବା ଦ୍ବାରା କ’ଣ କ’ଣ କ୍ଷତି ହୋଇଥାଏ ..

- Advertisement -

ଅନେକ ଜୁସ୍ ଏପରି ହୋଇଥାଏ ଯାହାକୁ ପିଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇଥାଏ। ଏହାଦ୍ବାରା ମଧୁମେହ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

ଅନେକ ଫଳ ରସରେ କ୍ୟାଲୋରୀ ଓ ଫ୍ୟାଟର ମାତ୍ରା ଅଧିକ ଥାଏ। ଏହାଦ୍ବାରା ଶରୀରରେ ଚର୍ବି ବଢିଥାଏ। ଏହାସହ ମୋଟାପଣର ସମସ୍ୟା ସୃଷ୍ଟି ହୋଇଥାଏ।

ଫଳ ଜୁସ୍‌ରେ ଏପରି କିଛି ଦ୍ରବ୍ୟ ରହିଥାଏ ଯାହା ଦ୍ବାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ। ଏହାସହ ଶରୀରରୁ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଥାଏ। ଏହାଦ୍ବାରା ବ୍ୟକ୍ତି ଅନେକ ରୋଗର ଶିକାର ହୋଇଥାଆନ୍ତି।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories