www.samajalive.in
Sunday, December 7, 2025
23.1 C
Bhubaneswar

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଅଟେ ମଶୁର ଡାଲି

ଆମେ ପ୍ରତ୍ୟେକ ଦିନ ଭୋଜନରେ ବିଭିନ୍ନ ପ୍ରକାରର ଡାଲି ଖାଇଥାଉ। ଡାଲି ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ହିତକର। ଆମେ ଖାଉଥିବା ବିଭିନ୍ନ ପ୍ରକାର ଡାଲି ମଧ୍ୟରୁ ମଶୁର ଡାଲି ଭିନ୍ନ। ମଶୁର ଡାଲିରେ ପ୍ରୋଟିନର ମାତ୍ରା ଉଚ୍ଚ ପରିମାଣରେ ରହିଛି। ଏହାସହ ମଶୁର ଡାଲିରେ କାର୍ବୋହାଇଡ୍ରେଡ, ଫାଇବର, ଫସଫର, ଭିଟାମିନ-ବି୧ ଓ ପୋଟାସିୟମ ରହିଛି। ଏଥିରେ କ୍ୟାଲୋରୀ କମ ମାତ୍ରାରେ ରହିଛି।

୧୦ ଗ୍ରାମ ଲାଲ ମଶୁର ଡାଲିରେ ଆପଣଙ୍କୁ ୧୧୬ କ୍ୟାଲୋରୀ ମିଳିଥାଏ। ମେଦ ବହୁଳ ଥିବା ବ୍ୟକ୍ତିମା​‌ନେ ବିଶେଷ ଭାବେ ଏହି ଡାଲି ଖାଇବା ଉଚିତ। କାରଣ ମଶୁର ଡାଲି ଖାଇବା ଦ୍ବାରା ଓଜନ ନିୟନ୍ତ୍ରିତ ରହିଥାଏ।

- Advertisement -

ମଧୁମେହ ରୋଗୀମାନେ ନିୟମିତ ମଶୁର ଡାଲି ଖାଇବା ଉଚିତ। କାରଣ ମଶୁର ଡାଲି ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ରକ୍ତ ପ୍ରବାହ ଠିକ ଭାବେ ହୋଇଥାଏ। ଏହାଦ୍ବାରା ମଧୁମେହ ପରି ମାରାତ୍ମକ ରୋଗ ଠାରୁ ଦୂରେଇ ରହିବାରେ ବ୍ୟକ୍ତି ସଫଳ ହୋଇଥାଏ। ଯଦି ଆପଣ ମଧୁମେହ ଟାଇପ-୨ ରୋଗରେ ପୀଡିତ ତେବେ ନିୟମିତ ଭାବେ ମଶୁର ଡାଲି ଖାଆନ୍ତୁ। ମଶୁର ଡାଲିରେ ଫାଇବରର ମାତ୍ରା ଉତ୍ତମ ଭାବେ ଥିବାରୁ ତାହା ଶରୀରରେ ଇନସୁଲିନ, ପ୍ଲାଜମା ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ। ଏହାଦ୍ବାରା ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ।

ଯଦି ଆପଣ ମଧୁମେହ ରୋଗରେ ପୀଡିତ ତେବେ ନିୟମିତ ମଶୁର ଡାଲି ଖାଆନ୍ତୁ। ଆପଣ ମଧୁମେହ ରୋଗରୁ ଦୂରେଇ ରହିବା ପାଇଁ ମଧ୍ୟ ମଶୁର ଡାଲି ଖାଇପାରିବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories