www.samajalive.in
Sunday, December 7, 2025
14.1 C
Bhubaneswar

ନବରଙ୍ଗପୁରରେ ନବୀନ; କେନ୍ଦ୍ରୀୟ ଯୋଜନା ବନ୍ଦକୁ ଅସ୍ତ୍ର କରି ଭୋଟ ମାଗିଲେ

ଭୁବନେଶ୍ବର : କାଳିଆ ଯୋଜନାରୁ ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ । ଆମ ଇସ୍ତାହାରରେ ପ୍ରଥମ ସ୍ଥାନରେ ଚାଷୀ ଅଛନ୍ତି । ଚାଷୀ କଲ୍ୟାଣ ପାଇଁ ଆମ ସରକାର ସଚେତନ। କିନ୍ତୁ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା ବନ୍ଦ କରିବାରେ ଲାଗିଛନ୍ତି। କେବିକେ ଯୋଜନା ବନ୍ଦ କଲେ। ଗରିବ ଏସସି, ଏସଟି ପିଲାଙ୍କ ବୃତ୍ତି ଭଳି ଅନେକ କେନ୍ଦ୍ରୀୟ ଯୋଜନା ବନ୍ଦ କଲେ। ଆପଣମାନେ ଏହାର ଜବାବ ମାଗନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ଷ୍ଟାଡିୟମରେ ଆୟୋଜିତ ଜନସଭାରେ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟ ଜଗନ୍ନାଥ, ନବରଙ୍ଗପୁର ବାସୀଙ୍କୁ ମୋର ନମସ୍କାର କହି ଓଡିଆରେ ଭାଷଣ ଆରମ୍ଭ କରିଥିଲେ । ମୁଁ ଆପଣମାନଙ୍କ ନିକଟକୁ ଆସିଛି, ଆପଣମାନେ ଖୁସୀ ତ, ମୁଁ ବି ଖୁସୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆପଣମାନେ ଏତେ ଖରାରେ ଆସିଛନ୍ତି, ବହୁତ ଧନ୍ୟବାଦ୍ । ଏହା ସହ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରି କହିଛନ୍ତି ଯେ, ପ୍ରାକୃତିକ ବିଯର୍ୟ୍ୟୟ ସମୟରେ କେନ୍ଦ୍ରୀୟ ନେତାମାନଙ୍କ ଦେଖା ନଥିଲା । ୫ ବର୍ଷରେ କେନ୍ଦ୍ରୀୟ ନେତାମାନେ କେବେ ନବରଙ୍ଗପୁର ଆସି ନ ଥିଲେ। ବାତ୍ୟା, ବନ୍ୟା ବେଳେ ସେମାନଙ୍କର ଦେଖା ନ ଥିଲା। ମାତ୍ର ଏବେ ଭୋଟ ପାଇଁ ଚାଲିଆସୁଛନ୍ତି । ଓଡ଼ିଶାକୁ ମହାନଦୀ ପାଣି ବନ୍ଦ କଲେ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ନବରଙ୍ଗପୁରକୁ ରେଲ ଲାଇନ୍ କୁଆଡେ ଗଲା ? ସବୁ କ୍ଷେତକୁ ପାଣି କୁଆଡେ ଗଲା ବୋଲି ନବୀନ ପ୍ରଶ୍ନ କରିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories