www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରେରଣାତ୍ମକ ଶିକ୍ଷା ; ନିର୍ଭୟ ହୋଇ କାର୍ଯ୍ୟ କରିବା ଦ୍ବାରା ସଫଳତା ପ୍ରାପ୍ତି ହୁଏ

ଲୋକ କଥା ଅନୁଯାୟୀ, ଗୋଟିଏ କୂଅରେ ଅନେକ ବେଙ୍ଗ ବାସ କରୁଥିଲେ। ସେମାନଙ୍କର ଏକ ରାଜା ମଧ୍ୟ ଥିଲେ। ରାଜା ସମସ୍ତ ବେଙ୍ଗମାନଙ୍କୁ କହିଥିଲେ ଯେ, ଯଦି କେହି କୂଅରୁ ବାହାରକୁ ଯିବ ତେ​‌ବେ ସେ ମରିଯିବ। କାରଣ କୂଅ ବାହାରର ପରିବେଶ ଆମ ପାଇଁ ଠିକ ନୁହେଁ।

ରାଜାଙ୍କର ଏକଥା ସବୁ ବେଙ୍ଗ ମାନିଥିଲେ। କିନ୍ତୁ ସେହି କୂଅରେ ଜଣେ ଖୁବ ବୁଦ୍ଧିମାନ ଓ ନିର୍ଭୟ ବେଙ୍ଗ ଥିଲା। ସେ କିଛି ଦିନ ପୂର୍ବରୁ ଜନ୍ମ ହୋଇଥିଲା। ସେ ଯେତେବେଳେ ଅଳ୍ପ ବଡ ହୋଇଗଲା କୂଅର ବାହାରକୁ ଯିବାକୁ ଇଚ୍ଛା କଲା। ସେ ରାଜାଙ୍କ କଥା ନ ମାନି ବିପଦପୂର୍ଣ୍ଣ କାର୍ଯ୍ୟ କରିବାକୁ ମନସ୍ଥ ମଧ୍ୟ କରିନେଲା।

- Advertisement -

ତାପରେ ସେହି ବେଙ୍ଗଟି କୂଅରୁ ବାହାରକୁ ବାହାରିବାକୁ ଚେଷ୍ଟା କଲା। ସେ ଅଳ୍ପ ଉପରକୁ ଉଠି ପୁଣି ଖସି ପଡୁଥିଲା। କିନ୍ତୁ ଦିନେ ସେ କୂଅରୁ ବାହାରିବାରେ ସଫଳ ହୋଇଗଲା। କୂଅର ରାଜା ଯେପରି କହିଥିଲେ ବେଙ୍ଗଟି ତାହା ଦେଖିଲା ନାହିଁ। କୂଅରୁ ବାହାରି ସେ ସତେଜ ପବନ, ସୂର୍ଯ୍ୟାଲୋକ, ଫୁଲର ବାସ୍ନା ଦେଖିବାକୁ ପାଇଲା। ଏସବୁ ପାଇବା ପରେ ବେଙ୍ଗଟି କୂଅ ଭିତରକୁ ଆଉ ଫେରିଲା ନାହିଁ। କାରଣ ସେ ଜାଣି ଯାଇଥିଲା ଯେ, ରାଜା ବହୁତ ଚାଲାକ ଓ ସେ କୂଅର ସବୁ ବେଙ୍ଗକୁ ନିଜର ଗୁଲାମି କରିବା ପାଇଁ ଏହିପରି ମିଛ କଥା କହୁଛନ୍ତି।

ଶିକ୍ଷଣୀୟ କଥା :

ଯେଉଁମାନେ କିଛି ବିପଦପୂର୍ଣ୍ଣ କାର୍ଯ୍ୟ କରିବାକୁ ଡରନ୍ତି ସେମାନେ ଜୀବନରେ କେବେ ବି ସଫଳତା ପାଆନ୍ତି ନାହିଁ। ନିର୍ଭୟ ବ୍ୟକ୍ତିମାନେ ସବୁବେଳେ ସଫଳତା ପାଇଥାଆନ୍ତି। ଯେପରି ଛୋଟ ବେଙ୍ଗଟି ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ କାର୍ଯ୍ୟ କଲା ଓ ତାକୁ ରାଜାଙ୍କ ଗୁଲାମି କରିବାରୁ ମୁକ୍ତି ମିଳିଲା। ତେଣୁ ଯେକୌଣସି କାର୍ଯ୍ୟ ହେଉ ନା କାହିଁକି ତାକୁ ନ ଡରି କରିବା ଉଚିତ।

 

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories