ମେହବୁବାଙ୍କୁ କୁମାର ବିଶ୍ୱାସଙ୍କ ଜବାବ; ସୁଧୁରି ଯାଅ, ଏହା ୧୯୪୭ର ଭାରତ ନୁହେଁ
ନୂଆଦିଲ୍ଲୀ : ସମ୍ବିଧାନ ଧାରା ୩୭୦କୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ବିବାଦୀୟ ମନ୍ତବ୍ୟ ଉପରେ ରବିବାର ଆପର ବିଦ୍ରୋହୀ ନେତା କୁମାର ବିଶ୍ୱାସ ପ୍ରତିକ୍ରିୟା ରଖିଛନ୍ତି। କୁମାର ବିଶ୍ୱାସ କହିଛନ୍ତି ଯେ ଏହା ୧୯୪୭ର ଭାରତ ନୁହେଁ। ଏବେକାର ଭାରତ ତମଭଳି ଲୋକଙ୍କ ଧମକରେ ମାନଚିତ୍ରରେ କଟାକଟି କରିବାକୁ ଚିନ୍ତା କରିବନି। ସମୟ ପୂର୍ବରୁ ସୁଧୁରି ଯାଅ ନହେଲେ ପରେ ଆଉ ସମୟ ମିଳିବ ନାହିଁ।
ପ୍ରକାଶ ଯେ ଗୋଟିଏ ଦିନ ପୂର୍ବରୁ ମେହବୁବା ମୁଫତି କହିଥିଲେ ଯେ ଧାରା ୩୭୦ ଉଚ୍ଛେଦ ହେଲେ ଭାରତ ସହ ଜାମ୍ମୁ କାଶ୍ମୀରର ସମ୍ପର୍କ କଟିଯିବ। ପରୋକ୍ଷରେ ମୁଫତି ଆନ୍ଦୋଳନର ଧମକ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ କ୍ରମରେ କୁମାର ବିଶ୍ୱାସ ପିଡିପି ନେତ୍ରୀ ମେହବୁବାଙ୍କୁ କଡ଼ା ଜବାବ ଦେଇଛନ୍ତି।