www.samajalive.in
Sunday, December 7, 2025
23.1 C
Bhubaneswar

କଂଗ୍ରେସକୁ ମାୟାଙ୍କ ଆଉ ଏକ ଝଟକା

ମୁମ୍ବଇ : ଲୋକସଭା ନିର୍ବାଚନ ରଣନୀତି ପ୍ରସ୍ତୁତି ପାଇଁ ମଙ୍ଗଳବାର ଗୁଜୁରାଟଠାରେ କଂଗ୍ରେସ କାର୍ଯ୍ୟକାରିଣୀ କିମିଟି (ସିଡବ୍ଲ୍ୟୁସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟରେ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ଅଧ୍ୟକ୍ଷା ମାୟାବତୀ କଂଗ୍ରେସକୁ ଆଉ ଏକ ଝଟକା ଦେଇଛନ୍ତି। କେବଳ ଉତ୍ତରପ୍ରଦେଶ ନୁହେଁ ବରଂ ଦେଶର କୌଣସି ରାଜ୍ୟରେ ସେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେହିପରି ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ତଥା ବିଧାନସଭାରେ ବିରୋଧୀ ଦଳ ନେତା ରାଧାକୃଷ୍ଣ ଭିଖେ ପାଟିଲଙ୍କ ପୁଅ ସୁଜୟ ଭିଖେ ପାଟିଲ ବିଜେପିରେ ଯୋଗଦେଇଛନ୍ତି। ସୁଜୟ ଅହମଦନଗର ଲୋକସଭା ନିର୍ବାଚନରୁ ନିର୍ବାଚନ ଲଢିବେ ବୋଲି ଆଶା କରାଯାଉଛି। ସୁଜୟଙ୍କ ପରେ ମହାରାଷ୍ଟ୍ରର ଅନେକ କଂଗ୍େରସ ବିଧାୟକ ଓ ସୁଜୟଙ୍କ ଘନିଷ୍ଠ ନେତା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ବିଏସପି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆସନ୍ତା ନିର୍ବାଚନରେ ବିଏସ୍‍ପି କଂଗ୍ରେସ ସହ ମେଣ୍ଟ କରିବ ନାହିଁ। ପ୍ରକାଶଯୋଗ୍ୟ ଯେ ଶୁଣିବାକୁ ମିଳୁଥିଲା ଯେ ଉତ୍ତରପ୍ରଦେଶର ମେଣ୍ଟ ପାଇଁ ସମାଜବାଦୀ ପାର୍ଟି (ଏସ୍‍ପି) ଓ କଂଗ୍ରେସ ମଧ୍ୟରେ ଭିତରିଆ ଆଲୋଚନା ଚାଲିଛି। ଏବେ ବିଏସ୍‍ପିର ଘୋଷଣା ପରେ କଂଗ୍ରେସର ମେଣ୍ଟ ରାସ୍ତା ବନ୍ଦ ହୋଇଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories