www.samajalive.in
Tuesday, December 9, 2025
19.1 C
Bhubaneswar

ମୁହଁରେ କୁଞ୍ଚନ ସୃଷ୍ଟି କରେ ତକିଆ

ଅନେକ ବ୍ୟକ୍ତି ବଡ ଓ ମୋଟା ତକିଆରେ ଶୋଇବାକୁ ପସନ୍ଦ କରିଥାଆନ୍ତି। ତକିଆ ବିନା ଅନେକଙ୍କୁ ନିଦ ଲାଗି ନ ଥାଏ। ଏହି ପରିସ୍ଥିତିରେ ଅନୁଭବ ହୁଏ ଯେ, ତକିଆ ଯେପରି ଆମ ଶରୀରର ଏକ ଅଙ୍ଗ। ଏହା ବିନା ଆମେ ଠିକ ଭାବେ ଶୋଇ ପାରିବା ନାହିଁ। ତକିଆରେ ଶୋଇବା ଦ୍ବାରା ଶୀଘ୍ର ଓ ଆରାମରେ ନିଦ ଲାଗେ। କିନ୍ତୁ ବେଳେବେଳେ ସେହି ତକିଆ ଆମ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ତକିଆରେ ଶୋଇବା ଦ୍ବାରା କ’ଣ ହୋଇଥାଏ ..

ମୁହଁରେ କୁଞ୍ଚନ :

- Advertisement -

ରାତିରେ ଶୋଇବା ବେଳେ ତକିଆ ଆମ ମୁହଁରେ ଲାଗି ରହେ। ଏହାଦ୍ବାରା ତକିଆରେ ଆମ ମୁହଁ ଘଷି ହୋଇ କୁଞ୍ଚନ ସୃଷ୍ଟି ହୋଇଥାଏ। ମୁହଁରେ ତକିଆକୁ ଅଧିକ ସମୟ ଧରି ଚାପି ରଖିବା ଦ୍ବାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇ ନ ଥାଏ। ଏହାଦ୍ବାରା ମୁହଁରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ।

କେଶ ପାଇଁ କ୍ଷତିକାରକ :

ଶୋଇବା ବେଳେ ତକିଆରେ ଆମ କେଶ ଲାଗିଯାଏ। ଏହାଦ୍ବାରା କେଶ ଶୁଷ୍କ ହେବା ସହ ଝଡିଥାଏ। ବେଳେବେଳେ ପିଠିରେ ତକିଆ ଦେଇ ବସିବାର ଅଭ୍ୟାସ ଅନେକଙ୍କର ଥାଏ। ଏପରି କରିବା ଦ୍ବାରା କେଶ ତକିଆ ଦ୍ବାରା ଚାପି ହୋଇ ଫାଟିଥାଏ ଏବଂ ଅଧାରୁ ଛିଣ୍ଡି ଯାଇଥାଏ।

ମାନସିକ ଚିନ୍ତାର କାରଣ :

ତକିଆକୁ ଅଧିକ ସମୟ ବ୍ୟବହାର କରିବା ଦ୍ବାରା ତାହା ଅଣ୍ଟା ଓ ବେକ ବିନ୍ଧାର କାରଣ ହୋଇଥାଏ। ଏହାଦ୍ବାରା ମାନସିକ ଚିନ୍ତାର ମଧ୍ୟ କାରଣ ହୋଇଥାଏ। ବେଳେବେଳେ ଭୁଲ ଶୈଳୀରେ କିମ୍ବା ଅଧିକ ଉଚ୍ଚା ବିଶିଷ୍ଟ ତକିଆରେ ଶୋଇବା ଦ୍ବାରା ବେକରେ ଦରଜ କିମ୍ବା ରକା ପଶି ଯାଇଥାଏ।

ବେଳେବେଳେ ଠିକ ସମୟରେ ଶୋଇବା ଦ୍ବାରା ମଧ୍ୟ ସକାଳୁ ଉଠିବା ବେଳକୁ ବେକ କିମ୍ବା ଶରୀରର ଅନେକ ସ୍ଥାନରେ କଷ୍ଟ ଅନୁଭବ ହୋଇଥାଏ। ଏହାଦ୍ବାରା ମସ୍ତିଷ୍କ ଉପରେ ପ୍ରଭାବ ପଡି ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ।

ତେଣୁ ଯଥା ସମ୍ଭବ ତକିଆର ଖୁବ କମ ବ୍ୟବହାର କରନ୍ତୁ। ଏହାସହ କମ ଉଚ୍ଚତା ବିଶିଷ୍ଟ ତକିଆରେ ଶୁଅନ୍ତୁ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories