ରାଶିରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

0

ମେଷ : ଏହି ରାଶିର ଝିଅମାନଙ୍କୁ ଏପରି ପୁଅ ପସନ୍ଦ ଆସି ଥାଆନ୍ତି ଯେଉଁମାନେ ସେମାନଙ୍କ କଥାକୁ ସମ୍ମାନ ଜଣାଇଥାଆନ୍ତି। ଏହି ରାଶିର ମହିଳାମାନେ ସ୍ବାଭିମାନ ଅଟନ୍ତି। କୌଣସି ଖରାପ ଏବଂ ଭୁଲ କଥା ଏମାନେ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ଧୈର୍ଯ୍ୟର ଅଭାବରୁ ସେମାନଙ୍କୁ ଅଧିକ ରାଗ ଆସିଥାଏ।

ବୃଷ : ଏହି ରାଶିର ଝିଅମାନେ ଦେଖିବାକୁ ସୁନ୍ଦର ଅଟନ୍ତି। ଏହାସହ ସେମାନେ ନିଜ ସମ୍ପର୍କ ପାଇଁ ଖୁବ୍ ସଚେତନ ରହିଥାଆନ୍ତି। ତଥାପି ସେମାନଙ୍କ ସମ୍ପର୍କ ଅଧିକ ଦିନ ଧରି ତିଷ୍ଠି ରହି ନ ଥାଏ।

ମିଥୁନ : ମିଥୁନ ରାଶିର ମହିଳାମାନଙ୍କୁ ସଂସ୍କାର ଓ ମର୍ଯ୍ୟାଦା ପାଳନ କରୁଥିବା ପୁଅ ପସନ୍ଦ ଆସିଥାଆନ୍ତି। ଅଧିକ ଗପୁଥିବା ଓ ରାଗୁଥିବା ପୁଅ ଏମାନଙ୍କୁ ପସନ୍ଦ ନୁହେଁ। ଏହି ରାଶିର ମହିଳାମାନେ ସର୍ବଦା ହୃଦୟରୁ ନୁହେଁ ମସ୍ତିଷ୍କରୁ ଭାବି କାମ କରିଥାଆନ୍ତି।

କର୍କଟ : ଏହି ରାଶିର ମହିଳାମାନେ ଯେକୌଣସି ବ୍ୟକ୍ତିଙ୍କ ବିଷୟରେ କିଛି ନା କିଛି ମନ୍ତବ୍ୟ ଦେଇ ଦିଅନ୍ତି। ସେମାନଙ୍କର ଭାବନା ବଦଳାଇବା କଷ୍ଟସାଧ୍ୟ ଅଟେ। ଏହି ରାଶିର ମହିଳାମାନେ ଅଧିକ ଲୋକଙ୍କ ସହ ମିଶିବାକୁ ଓ କଥା ହେବାକୁ ପସନ୍ଦ କରନ୍ତି ନାହିଁ।

ସିଂହ : ସିଂହ ରାଶିର ଝିଅମାନେ ଅନ୍ୟ ଉପରେ ଆଧିପତ୍ୟ ବିସ୍ତାର କରିବାର ପ୍ରକୃତି ରଖି ଥାଆନ୍ତି। ଯଦି ତାଙ୍କ କଥା କେହି ନ ମାନନ୍ତି ତେବେ ସେମାନେ ରାଗି ଯାଆନ୍ତି। ଏପରି ଝିଅମାନଙ୍କୁ ପ୍ରଭାବିତ କରିବା କଷ୍ଟକର ଅଟେ।

କନ୍ୟା : କନ୍ୟା ରାଶିର ମହିଳାମାନେ ନିଜର କରିଥିବା ନିୟମ ଉପରେ ବିଶ୍ବାସ ରଖିଥାଆନ୍ତି। ଏମାନେ ନିଜ ପରିବାରକୁ ସବୁବେଳେ ଖୁସିରେ ରଖିବାକୁ ପ୍ରୟାସ କରିଥାଆନ୍ତି। ଏମାନଙ୍କ ସହ ବନ୍ଧୁତା କରିବା ଖୁବ କଷ୍ଟକର। ଏହି ରାଶିର ମହିଳାମାନେ ଯାହା ଉପରେ ଭରସା କରନ୍ତି ତାଙ୍କ ପାଇଁ ଜୀବନ ମଧ୍ୟ ଦେବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ।

prayash

ତୁଳା : ଏହି ରାଶିର ମହିଳାଙ୍କୁ ନିଜର ପ୍ରଶଂସା ଶୁଣିବାକୁ ଭଲ ଲାଗେ। ଏମାନଙ୍କର ମିଛ ପ୍ରଶଂସା କଲେ ସେମାନେ ତାକୁ ଭଲ ଭାବେ ଜାଣି ପାରନ୍ତି।

ବିଛା : ଏହି ରାଶିର ମହିଳାମାନେ ସାଧାରଣତଃ ଭାବୁକ ସ୍ବଭାବର ଅଟନ୍ତି। ଏମାନେ ଯେକୌଣସି କାମକୁ ଭାବିଚିନ୍ତି କରନ୍ତି। ଏହାସହ ଏମାନେ ସାଥୀଙ୍କୁ ସର୍ବଦା ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତି।

ଧନୁ : ଏହି ରାଶିର ମହିଳାଙ୍କୁ ବୁଲିବା ଖୁବ ପସନ୍ଦ। ଏହାସହ ନୂତନ ଦ୍ରବ୍ୟ ଇତ୍ୟାଦି କିଣିବା ମଧ୍ୟ ଏମାନଙ୍କୁ ଭଲ ଲାଗେ। ତାଙ୍କୁ ଏପରି ପୁଅ ପସନ୍ଦ ଯେଉଁମାନେ ବହି ଓ ଦାର୍ଶନିକ ଜୀବନୀ ସହ ସମ୍ବନ୍ଧ ରଖି ଥାଆନ୍ତି। ଏମାନେ କାହା ଉପରେ ଶୀଘ୍ର ବିଶ୍ବାସ କରି ପାରନ୍ତି ନାହିଁ।

ମକର : ଏହି ରାଶିର ମହିଳାମାନେ ଶାନ୍ତ ସ୍ବଭାବର ଅଟନ୍ତି। ଏମାନେ ନିଜ କାର୍ଯ୍ୟରେ ସର୍ବଦା ମନ ଲଗାଇଥାଆନ୍ତି। ଏମାନେ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ।

କୁମ୍ଭ : କୁମ୍ଭ ରାଶିର ମହିଳାମାନେ ପରିଶ୍ରମୀ ଓ ଉଚ୍ଚ ବିଚାରର ଅଟନ୍ତି। ଅଧିକ ଦେଖାଇ ହେଉଥିବା ବ୍ୟକ୍ତିଙ୍କୁ ଏମାନେ ପସନ୍ଦ କରନ୍ତି ନାହିଁ। ସ୍ବଚ୍ଛ ଭାବେ କଥା କହୁଥିବା ଓ ନିଜ କାମ ନିଜେ କହୁଥିବା ବ୍ୟକ୍ତି ଏମାନଙ୍କୁ ପସନ୍ଦ ଅଟନ୍ତି।

ମୀନ : ଏହି ରାଶିର ମହିଳାମାନେ ନିଜ ଉପରେ ବିଶ୍ବାସ ରଖି ଥାଆନ୍ତି। ଏମାନଙ୍କ ସ୍ବଭାବ ମଧ୍ୟ ଭଲ ଅଟେ। ଏମାନେ ଯେକୌଣସି ନିଷ୍ପତ୍ତିକୁ ସଙ୍ଗେ ସଙ୍ଗେ ନେଇ ଥାଆନ୍ତି। ଏହି କାରଣରୁ ଏମାନଙ୍କୁ ପ୍ରେମ ସମ୍ପର୍କରେ ସର୍ବଦା ଧୋକା ମିଳିଥାଏ।

kalyan agarbati
Leave A Reply