BJD Bijuli 480×75 Mob

‘ୟେ ହେଁ ମହବତେ’ ବନ୍ଦ ହେବାକୁ ନେଇ ମୁହଁ ଖୋଲିଲେ ଅନୀତା ହଂସନନ୍ଦାନୀ

BJD Bijuli 480×75 Mob
0

ମୁମ୍ବଇ : ଟେଲିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘ୟେ ହେଁ ମହବତେ’ ବନ୍ଦ ହେବାକୁ ଥିବା ଖବର ଅନେକ ଦିନ ହେବ ଚର୍ଚ୍ଚା ହେଉଛି। ଏହି ଧାରାବାହିକର ଲିଡ ଜୋଡୀ ଦିବ୍ୟଙ୍କା ତ୍ରିପାଠୀ ଏବଂ କରଣ ପଟେଲ ଏନେଇ କୌଣସି ସୂଚନା ଦେଇନାହାନ୍ତି କିମ୍ବା ଏହାର କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ। ରିପୋର୍ଟ ଅନୁସାରେ ଧାରାବାହିକର ଟିଆରପି ବଢାଇବା ପାଇଁ ନିର୍ମାତା ମାନେ ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି।

courtesy-times of india

ମାତ୍ର ଏନେଇ ଏହି ଧାରାବାହିକର ଅଭିନେତ୍ରୀ ଅନୀତା ହଂସନନ୍ଦାନୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି- ମୋ ମତରେ ଏବେ ଧାରାବାହିକକୁ ବନ୍ଦ କରାଗଲେ ମଧ୍ୟ କୈଣସି ଅସୁବିଧା ହେବନାହିଁ। କାରଣ ଏହା ଏ ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ଘର କରିସାରିଛି। ଲୋକମାନେ ଏହି ଧାରାବାହିକକୁ ଢେର ସାରା ଭଲପାଇବା ଦେଇଛନ୍ତି। ଏଥିରେ ଅଭିନୟ କରୁଥିବା ସମସ୍ତ ଚରିତ୍ର ମାନେ ମଧ୍ୟ ବେଶ୍‍ ଭଲ ଅଭିନୟ କରୁଛନ୍ତି। ତେଣୁ ଏବେ ଧାରାବାହିକକୁ ବନ୍ଦ କରାଗଲେ କୌଣସି ଅସୁବିଧା ନାହିଁ ବୋଲି ମୁଁ ଭାବୁଛି।
ଅନୀତା ହଂସନନ୍ଦାନୀ ଏଥିରେ ଶଗୁନ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି। ଏହା ଧାରାବାହିକର ଏକ ଖଳ ଚରିତ୍ର। ଅନ୍ୟ ଏକ ଟିଭି ଧାରାବାହିକ ନାଗୀନରେ ମଧ୍ୟ ଅନୀତାଙ୍କୁ ବିଶାଖା ଚରିତ୍ରରେ ଅଭିନୟ କରୁଥିବା ଦେଖାଯାଇଛିି।

Leave A Reply