www.samajalive.in
Sunday, December 7, 2025
26.1 C
Bhubaneswar

ଭାତ ନା ରୁଟି! ଆପଣଙ୍କ ପାଇଁ କେଉଁଟି ଉତ୍ତମ ଜାଣନ୍ତୁ

ଭାତ ଓ ରୁଟି ବିନା ଭାରତୀୟମାନଙ୍କ ଭୋଜନ ଅସମ୍ପୁର୍ଣ୍ଣ। ଦ୍ବିପହରର ଭୋଜନ ହେଉ କି ରାତ୍ରି ଭୋଜନ ହେଉ ଆମେ ରୁଟି ନ ହେଲେ ଭାତ ଖାଇଥାଉ। ଅନେକ ଲୋକମାନେ ଭାବିଥାଆନ୍ତି ଆମେ ଭୋଜନ କରୁଥିବା ଭାତ ଓ ରୁଟି ଉଭୟ ମଧ୍ୟରେ କେଉଁଟି ସ୍ବାସ୍ଥ୍ୟ ପାଇଁ ସର୍ବୋତ୍ତମ ଅଟେ। ଉଭୟ ମଧ୍ୟରୁ କେଉଁଥିରୁ ଅଧିକ ପୋଷଣ ମିଳିଥାଏ। ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ରୁଟି ଓ ଭାତ ଉଭୟରେ କାର୍ବୋହାଇଡ୍ରେଟ ଓ କ୍ୟାଲୋରୀର ମାତ୍ରା ସମାନ ପରିମାଣ​‌ରେ ରହିଛି। କିନ୍ତୁ ରୁଟିରେ ଅଧିକ ପୋଷକ ତତ୍ତ୍ବ ରହିଛି। ଏହାସହ ଭାତ ଅପେକ୍ଷା ରୁଟିରେ ଅଧିକ ପ୍ରୋଟିନ ଓ ଫାଇବର ରହିଛି।

- Advertisement -

ଭାତରେ ଷ୍ଟାର୍ଚ୍ଚ ଥିବାରୁ ତାହା ଶୀଘ୍ର ହଜମ ହୋଇଥାଏ। ଏହାଦ୍ବାରା ବ୍ୟକ୍ତିଙ୍କୁ ଶୀଘ୍ର ଭୋକ ଲାଗେ। କିନ୍ତୁ ରୁଟି ଡେରିରେ ହଜମ ହୋଇଥାଏ। ତେଣୁ ରୁଟି ଖାଉଥିବା ବ୍ୟକ୍ତିଙ୍କୁ ଡେରିରେ ଭୋକ ଲାଗିଥାଏ। ତେଣୁ ଓଜନ ନିୟନ୍ତ୍ରଣ ରଖିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ନିମନ୍ତେ ରୁଟି ଏକ ମୁଖ୍ୟ ଖାଦ୍ୟ ଅଟେ।

ଭାତ ଓ ରୁଟି  ଉଭୟରେ ସମାନ ମାତ୍ରାରେ ଭିଟାମିନ ରହିଛି। ଉଭୟ ଜଳରେ ଦ୍ରବୀଭୂତ ହୋଇଯାଆନ୍ତି।

ରୁଟିରେ କ୍ୟାଲସିୟମ, ଫସଫରସ, ଆଇରନ ଓ ପୋଟାସିୟମ ରହିଛି। କିନ୍ତୁ ଭାତରେ ରୁଟି ସହ ସମାନ ପରିମାଣରେ ଆଇରନ ମିଳେ। ଏହାସହ ରୁଟି ହିସାବରେ ଭାତରେ ଫସଫରସ, ପୋଟାସିୟମ ଓ ମ୍ୟାଗ୍ନେସିୟମ କମ ପରିମାଣରେ ରହିଛି। ଭାତରେ କ୍ୟାଲସିୟମ ନଥାଏ।

ଦେଖିବାକୁ ଗଲେ ରୁଟିରେ ଭାତ ଅପେକ୍ଷା ଅଧିକ ଫାଇବର, ପ୍ରୋଟିନ, ସୋଡିୟମ ରହିଛି। ଭାତରେ ସୋଡିୟମର ମାତ୍ରା ନଥାଏ। ତେଣୁ ଖାଦ୍ୟରେ ସୋଡିୟମ ଖାଇବାକୁ ଚାହୁଁ ନଥିବା ବ୍ୟକ୍ତିମାନେ ଭାତ ଖାଇବା ଉଚିତ।

ରୁଟି ଓ ଭାତ ଉଭୟ ଖାଇବା ଦ୍ବାରା ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଇଥାଏ। ତେଣୁ ଆପଣ ଗୋଟିଏ ରୁଟି ଖାଉଥିଲେ ଗୋଟିଏ ଛୋଟ ପ୍ଲେଟର ଭାତ ଖାଇବା ଉଚିତ। ଏହାଦ୍ବାରା ସ୍ବାସ୍ଥ୍ୟ ଉତ୍ତମ ରହିଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories