www.samajalive.in
Tuesday, December 9, 2025
17.1 C
Bhubaneswar

ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ; ଜଳିଗଲା ୧୬ ବଖରା

ବନ୍ତ/ତିହିଡ଼ି : ବନ୍ତ ତହସିଲ ଅଧୀନ ପ୍ରଧାନପଡ଼ା ପଞ୍ଚାୟତରେ ନିଅଁା ଲାଗି ୮ ବଖରା ଜଳିଯାଇଥିବା ବେଳେ ତିହିଡ଼ି ବ୍ଲକ ଅଧୀନ ମହରମପୁର ପଞ୍ଚାୟତରେ ଅଗ୍ନିକାଣ୍ଡ ଘଟି ୮ ବଖରା ଭସ୍ମୀଭୂତ ହୋଇଛି। ସୂଚନା ଅନୁଯାୟୀ; ବନ୍ତ ତହସିଲ ଅଧୀନ ପ୍ରଧାନପଡ଼ା ପଞ୍ଚାୟତ ମାଳତିରା ମୁସଲିମ ସାହିରେ ଶନିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ ବଖରା ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସମେତ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସୂଚନା ଅନୁଯାୟୀ; ମାଳତିରା ଗ୍ରାମର ସେକ୍ ସାବୁଦ୍ଦିନଙ୍କ ଘରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିବା ବେଳେ ତାଙ୍କର ୨ବଖରା, ସେକ୍ ଅସିରୁଦ୍ଦିନଙ୍କ ୧ବଖରା, ସେକ୍ ନସିମୁଦ୍ଦିନଙ୍କ ୧ବଖରା, ସେକ୍ ଜାଉଦ୍ଦିନଙ୍କ ୨ ବଖରା, ସେକ୍ ଜାଫରଙ୍କ ୨ ବଖରାକୁ ମିଶାଇ ମୋଟ ୮ ବଖରା ଜଳିଯାଇଛି। ନିଅଁାର ପ୍ରକୋପ ଏତେ ଥିଲା ଯେ ଗ୍ରାମବାସୀଙ୍କ ସମସ୍ତ ଉଦ୍ୟମ ସତ୍ୱେ କୌଣସି ଜିନିଷପତ୍ର ବାହାରକୁ କଢ଼ା ଯାଇପାରି ନ ଥିଲା। ଗ୍ରାମବାସୀ ଭଦ୍ରକ ଓ ଛେନାପଦି ଦମକଳ କେନ୍ଦ୍ରକୁ ଫୋନ କରିଥିଲେ ମଧ୍ୟ ଛେନାପଦି ଦମକଳ କେନ୍ଦ୍ର ପକ୍ଷରୁ ଆଗରପଡ଼ାକୁ ଫୋନ କର ବୋଲି କୁହାଯାଇଥିଲା। ଆଗରପଡ଼ାରୁ ଦମକଳ ଗାଡ଼ି ପହଞ୍ଚି ନିଅାଁକୁ ଆୟତ କରିଥିଲା। ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବିପନ୍ନ ପରିବାର ଏବେ ଖୋଲା ଆକାଶ ତଳେ ଥିବା ବେଳେ ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ ସେକ ମୁସୋ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।
ସେହିପରି ତିହିଡ଼ି ବ୍ଲକ ଅଧୀନ ମହରମପୁର ପଞ୍ଚାୟତର ଷାଟିବାଟି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ୮ ବଖରା ଭସ୍ମୀଭୂତ ହୋଇଯାଇଛି। ସୂଚନା ଅନୁଯାୟୀ; ଏହି ଅଗ୍ନିକାଣ୍ଡରେ ଖଗେଶ୍ୱର ଆଚାର୍ଯ୍ୟ, ରାଜକିଶୋର ଆଚାର୍ଯ୍ୟ, ରମେଶ ଆଚାର୍ଯ୍ୟ, ମଧୁସୂଦନ ଆଚାର୍ଯ୍ୟ, ତପନ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟଙ୍କର ଘର ଭସ୍ମୀଭୂତ ହୋଇଯାଇଛି।
ରାତିରେ ଘରେ ପରିବାର ସଦସ୍ୟ ଶୋଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଥିଲା। ଜଣେ ସଦସ୍ୟଙ୍କ ଉପରେ ନିଆଁ ପଡ଼ିବା ଫଳରେ ସେ ଉଠି ଅନ୍ୟମାନଙ୍କୁ ଉଠାଇଥିଲେ। ଜୀବନ ବିକଳରେ ପରିବାର ସଦସ୍ୟ ଘର ବାହାରକୁ ପଳାଇ ଆସିଥିବା ବେଳେ ଭିତରେ ଥିବା କୌଣସି ଜିନିଷ ବାହାରକୁ କଢ଼ା ଯାଇପାରି ନ ଥିଲା। ଘର ଭିତରେ ଥିବା ଧାନ, ଆସବାବପତ୍ର, ଅଳଙ୍କାର ଓ ନଗଦ ଟଙ୍କା ପୋଡ଼ିଯାଇଛି।
ତିହିଡ଼ିରୁ ଦମକଳ ବାହିନୀ ପହଞ୍ଚିଥିବା ବେଳେ ରାସ୍ତା ଅଣଚଉଡ଼ା କାରଣରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ମହରମପୁର ସରପଞ୍ଚ ଅଲିଳ ପ୍ରଭା ରାଉଳ ୧୫ ଦିନ ପାଇଁ ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ପିନ୍ଧାବସ୍ତ୍ର ପ୍ରଦାନ କରିଛନ୍ତି। ତିହିଡ଼ି ଗୋପବନ୍ଧୁ ସେବା ସଙ୍ଗଠନର ସଭାପତି ରାଜୀବ କୁମାର ନାୟକ, ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ପୂର୍ବତନ ସରପଞ୍ଚ ବିଷ୍ଣୁ କୁଅଁର, ସରପଞ୍ଚଙ୍କ ପ୍ରତିନିଧି ଶଶାଙ୍କ ରାଉଳ ପ୍ରମୁଖ ବିପନ୍ନ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories