www.samajalive.in
Sunday, December 7, 2025
14.1 C
Bhubaneswar

ଝାଡ଼ଖଣ୍ଡ ଓ ବିହାରରେ ୩୬ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦ୍‍ଘାଟନ କଲେ ମୋଦୀ

ରାଞ୍ଚି : ଏନଡିଏ ସରକାର ସମାଜର ସମସ୍ତ ବର୍ଗର ଉନ୍ନତି ପାଇଁ ବିଗତ ସାଢ଼େ ଚାରି ବର୍ଷରେ ଅନେକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦିନିକିଆ ବିହାର ଓ ଝାଡ଼ଖଣ୍ଡ ଗସ୍ତରେ ଯାଇ ୩୬ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ମୌଳିକ ଭିତ୍ତିଭୂମି ଓ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
ଝାଡ଼ଖଣ୍ଡର ହଜାରିବାଗ୍‍ ଜିଲ୍ଲାରେ ଆୟୋଜିତ ଏକ ଉତ୍ସବରେ ସେ ସ୍ୱାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଓ ପରିମଳ ସମ୍ପର୍କିତ ୩ ହଜାର ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‍ଘାଟନ କରିଛନ୍ତି। ସମବେତ ଜନତାଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ବିଶୁଦ୍ଧ ଜଳ ସହ ସ୍ୱାସ୍ଥ୍ୟ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇଥିବାରୁ ରାଜ୍ୟକୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାପାଇଁ ତାଙ୍କ ସରକାର ଉଦ୍ୟମ କରୁଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନର ଦ୍ରୁତ ରୂପାୟନ ପାଇଁ ସେ ଝାଡ଼ଖଣ୍ଡ ସରକାରଙ୍କର ପ୍ରଶଂସା କରିଛନ୍ତି।
ପୂର୍ବରୁ ଶ୍ରୀ ମୋଦୀ ବିହାରରେ ପାଟନା ମେଟ୍ରୋ ରେଳ ପ୍ରକଳ୍ପ ସମେତ ୩୩ ହଜାର କୋଟି ଟଙ୍କାର ବିଭିନ୍ନ ମୌଳିକ ଭିତ୍ତିଭୂମି ଓ ଉନ୍ନୟନମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‍ଘାଟନ କରିଥିଲେ।

ହଜାରିବାଗ ଠାରେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିବା ପ୍ରକଳ୍ପ :-

- Advertisement -

– ହଜାରିବାଗ, ଦୁମକା ଏବଂ ପାଲାମୁଠାରେ ପ୍ରତିଷ୍ଠା ହେବାକୁ ଥିବା ତିନୋଟି ମେଡ଼ିକାଲ କଲେଜ ଭବନର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ହଜାରିବାଗ, ଦୁମକା, ପାଲାମୁ ଏବଂ ଜାମସେଦପୁର ଠାରେ ୫୦୦ ଶଯ୍ୟାବିଶିଷ୍ଟ ହସପିଟାଲ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ।

-ରାମଗଡ଼ ଏବଂ ହଜାରିବାଗ ଜିଲ୍ଲାର ଗ୍ରାମୀଣ ପାନୀୟ ଜଳଯୋଗାଣ ଯୋଜନାକୁ ଉଦଘାଟନ କରିଛନ୍ତି । ସେହିପରି ଅନ୍ୟ ଦୁଇଟି ଜିଲ୍ଲାର ଗ୍ରାମାଞ୍ଚଳ ପାନୀୟ ଜଳଯୋଗାଣ ପ୍ରକଳ୍ପ ଏବଂ ହଜାରିବାଗଠାରେ ସହରାଞ୍ଚଳ ପାନୀୟ ଜଳଯୋଗାଣ ପ୍ରକଳ୍ପର ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

-ସାହିବଗଞ୍ଜ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ଏବଂ ନମାନୀ ଗଙ୍ଗେ ପ୍ରକଳ୍ପ ଅଧୀନରେ ମଧୁସୂଦନ ଘାଟକୁ ଉଦଘାଟନ କରିଛନ୍ତି ।

– ରାମଗଡ଼ଠାରେ ମହିଳା ଇଞ୍ଜିନିୟରିଂ କଲେଜ ବିଲ୍ଡିଂକୁ ଉଦଘାଟନ କରିଛନ୍ତି।

– ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ ବସବାସ କରୁଥିବା କ୍ଷେତ୍ର ପାଇଁ ଏକ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

-ହଜାରିବାଗ ଠାରେ ନିର୍ମିତ ହେବାକୁ ଥିବା ଏକ ଜନଜାତି ଅଧ୍ୟୟନ କେନ୍ଦ୍ର ଏବଂ ଆଚାର୍ୟ୍ୟ ବିନୋବା ଭାବେ ବିଶ୍ୱବିଦ୍ୟାଳୟର ଆଧାରଶିଳା ରଖିଛନ୍ତି ।

-ଇ-ନାମ୍‌ ଯୋଜନା ଅଧୀନରେ ମୋବାଇଲ୍‌ ଫୋନ୍‌ କ୍ରୟ ଲାଗି ଚାଷୀଙ୍କୁ ଚେକ୍‌ ବଣ୍ଟନ କରିବା ସହ ଡ଼ିବିଟି ଯୋଜନାର ଶୁଭାରମ୍ଭ କରିଛନ୍ତି ।

-ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ପୁଷ୍ଟିରମାତ୍ରା ବୃଦ୍ଧି ସକାଶେ କେତେକ ଶିଶୁଙ୍କୁ ମାଗଣା କ୍ଷୀର ବଣ୍ଟନ ଯୋଜନାରେ କ୍ଷୀର ପ୍ୟାକେଟ ବଣ୍ଟନ କରିଥିଲେ ।

-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଆୟୁଷ୍ମାନ ଭାରତର କେତେକ ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories