www.samajalive.in
Monday, December 15, 2025
24.1 C
Bhubaneswar

ମାସେ ଚିନି ନଖାଇଲେ, ମିଳିବ ଏସବୁ ଲାଭ, ହେବେ ଆଶ୍ଚର୍ଯ୍ୟ..

ଯେଉଁମାନେ ମିଠାପ୍ରେମୀ, ସେମାନଙ୍କୁ ବିଭିନ୍ନ ଖାଦ୍ୟରେ ଚିନି ବ୍ୟବହାର କରିବା ଖୁବ୍‌ ପସନ୍ଦ । ମାତ୍ର ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ ନୁହେଁ । ଚିନି ଦୈନିକ ହେଉ କିମ୍ବା ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ମୋଟାପଣ, ମଧୁମେହ, ଉଚ୍ଚ କୋଲେଷ୍ଟେରୋଲ୍‌, ହୃଦଘାତ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ମାତ୍ର ଆପଣ ହୁଏତ ଜାଣିନଥିବେ, ପ୍ରାୟ ୧ ମାସ ପର୍ଯ୍ୟନ୍ତ ଚିନି କିମ୍ବା ଚିନିରେ ପ୍ରସ୍ତୁତ ଜିନିଷ ନଖାଇବା ଦ୍ୱାରା ଶରୀରକୁ ଏସବୁ ଲାଭ ମିଳିଥାଏ ।

ଚିନିରେ କ୍ୟାଲୋରୀ ଅଧିକ ରହିଥାଏ। ଯାହା ଶରୀରକୁ କୌଣସି ପୋଷଣ ପ୍ରଦାନ କରିନଥାଏ। ମାତ୍ର ଓଜନ ବୃଦ୍ଧି କରିଥାଏ । ଏକ ମାସ ପର୍ଯ୍ୟନ୍ତ ଚିନି ସେବନ ନକଲେ କ୍ୟାଲୋରୀ ହ୍ରାସ ହୋଇଥାଏ। ଓଜନ ନିୟନ୍ତ୍ରଣ ହୋଇ ରହିଥାଏ । ବିଶେଷ କରି ପେଟ ଓ ଅଣ୍ଟା ନିକଟରେ ଜମାଟ ବାନ୍ଧୁଥିବା ଚର୍ବି ହ୍ରାସ ହୋଇଥାଏ। ଚିନି ବଦଳରେ ଫଳ ଖାଇପାରିବେ।

- Advertisement -

ଚିନି ସେବନ ରକ୍ତରେ ଶର୍କରାର ମାତ୍ରାକୁ ଦ୍ରୁତ ଗତିରେ ବୃଦ୍ଧି କରିଥାଏ । ଫଳରେ ଶରୀରରେ ଇନ୍‌ସୁଲିନ୍‌ ସ୍ତର ସଠିକ୍‌ ରହିନଥାଏ । ଚିନି ନଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ସଠିକ୍‌ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟକ ହେବା ସହ ସହଜରେ ମଧୁମେହ ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ ।

ଚିନିର ସେବନ ଦ୍ୱାରା ତ୍ୱଚାରେ ବ୍ରଣ, ଦାଗ ଓ ସମୟ ପୂର୍ବରୁ ମୁହଁରେ କୁଞ୍ଚନ ହୋଇଥାଏ । ତ୍ୱଚାର କୋମଳତା ଓ ଚିକ୍କଣ ଅଂଶକୁ ଏହା ନଷ୍ଟ କରିଥାଏ । ୧ ମାସ ପର୍ଯ୍ୟନ୍ତ ଚିନି ନଖାଇବା ଦ୍ୱାରା ତ୍ୱଚା ସଫା, ଚମକପ୍ରଦ ଓ ସୁସ୍ଥ ରହିଥାଏ ।

୧୨ ବର୍ଷ ପରେ ସୂର୍ଯ୍ୟ-ବୃହସ୍ପତି ହେବେ ଏକାଠି ; ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ହେବ ବିବାହ

ଚିନି ଖାଇବା ଦ୍ୱାରା ତୁରନ୍ତ ଶକ୍ତି ମିଳେ ମାତ୍ର କିଛି ସମୟ ପରେ ଥକ୍କାପଣ, ଦିନଯାକ କାମ କରିବାକୁ ଆଗ୍ରହ ହୋଇନଥାଏ । ଏକାଗ୍ରତା କମ୍‌ ହୋଇଥାଏ ।

ଚିନିର ଅଧିକ ସେବନ କରିବା ଦ୍ୱାରା ମାନସିକ ଚିନ୍ତା, ଚିନ୍ତାଧାରାରେ ପରିବର୍ତ୍ତନ ହୋଇଥାଏ । ହରମୋନ ଅସନ୍ତୁଳନ ହୋଇଥାଏ । ରାତିରେ ଭଲ ନିଦ ହୋଇନଥାଏ । ଅନିଦ୍ରା ସମସ୍ୟା ଲାଗି ରହେ ।

 

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories