www.samajalive.in
Monday, December 15, 2025
24.1 C
Bhubaneswar

ଭାରତ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପଙ୍କ ଘୋଷଣା

ୱାଶିଂଟନ : ଭାରତ ଉପରେ ଅଧିକ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସୋମବାର ଫ୍ଲୋରିଡାରେ ରିପବ୍ଲିକାନ୍ ପାର୍ଟି ପ୍ରତିନିଧିଙ୍କୁ ସମ୍ବୋଧନ କାଳରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ପ୍ରତି ବିପଦ ସୃଷ୍ଟିକାରୀ ରାଷ୍ଟ୍ରଗୁଡିକ ଉପରେ ଅଧିକ ଶୁଳ୍କ ଲାଗୁ କରାଯିବ। ଆଉ ଏହି ବିପଦ ସୃଷ୍ଟିକାରୀ ରାଷ୍ଟ୍ର ତାଲିକାରେ ଭାରତ ସହିତ ଚୀନ ଓ ବ୍ରାଜିଲ୍‌କୁ ଟ୍ରମ୍ପ ସ୍ଥାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ବାହାର ରାଷ୍ଟ୍ର ଓ ବାହାର ଲୋକଙ୍କ ଉପରେ ଆମେ ଅଧିକ ଶୁଳ୍କ ଲାଗୁ କରିବାକୁ ଯାଉଛି। ଆମେରିକାରୁ ବେଆଇନ ଦେଶାଟନକାରୀଙ୍କୁ ବିତାଡିତ କରିବା ଲାଗି ଟ୍ରମ୍ପ କଠୋର ନିଷ୍ପତ୍ତି ନେଇଛନ୍ତି। ଏପରି ନିଷ୍ପତ୍ତି ଦ୍ବାରା ଭାରତ ସର୍ବାଧିକ ପ୍ରଭାବିତ ହେବାକୁ ଯାଉଛି। ଏପରିସ୍ଥିତିରେ ଟ୍ରମ୍ପ କହିଛନ୍ତି ଯେ ଆମେରିକାର ଦେଶାଟନ ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଠିକ୍ ପଦକ୍ଷେପ ନେବେ। ଟ୍ରମ୍ପ କହିଛନ୍ତି ଯେ ଆଗାମୀ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ହ୍ବାଇଟ୍ ହାଉସ୍ ଗସ୍ତ କରିବେ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories