www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରବଳ ଶୀତ ସାଙ୍ଗକୁ ଟ୍ବିନ୍‌ ସିଟିରେ ଘନ କୁହୁଡି, ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ଵର: ଟ୍ବିନ୍ ସିଟିରେ ଘନ କୁହୁଡି। ଦେଖାଯାଉନି ରାସ୍ତାଘାଟ। ଗତ ଦୁଇ ତିନି ହେବ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଜି ସକାଳୁ ସକାଳୁ କଟକ , ଭୁବନେଶ୍ଵରରେ ପ୍ରବଳ  କୁହୁଡି ପରିଲକ୍ଷିତ ହୋଇଛି।  ପରିସ୍ଥିତି ଏଭଳି ହୋଇଛି ଯେ , ୧୦୦ ମିଟର ଆଗକୁ ରାସ୍ତା ଦେଖାଯାଉନି।  ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଉ ଦିନକ ପରେ ରାଜ୍ୟରେ ତାପମାତ୍ରା ବଢିପାରେ। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବା ପରେ ଶୀତ କମିବ। ୧୩ ତାରିଖ ଯାଏଁ ଘନ କୁହୁଡ଼ି ନେଇ ସତର୍କତା ରହିଥିବା ବେଳେ ସୁନ୍ଦରଗଡ, ଢେଙ୍କାନାଳ ,ଅନୁଗୁଳ, କନ୍ଧମାଳ ଓ କୋରାପୁଟରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories