www.samajalive.in
Tuesday, December 9, 2025
16.1 C
Bhubaneswar

ଓଡ଼ିଶାର ମହାନ ପରମ୍ପରାକୁ ଲୋକଲୋଚନ କରାଇ ବିଶ୍ୱବିଦିତ କରିବାର ଅଭିନବ ପ୍ରୟାସ ଅତୀବ ପ୍ରଶଂସନୀୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନଠାରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହରିୟାଣାର ପର୍ଯ୍ୟଟନ ମନ୍ତ୍ରୀ କନୱର ପାଲ୍‌ ଗୁଜ୍ଜର ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିବା ସହ ଏହାର ପ୍ରଶଂସା କରିଥିଲେ। କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଓଡ଼ିଶାର ମହାନ ପରମ୍ପରାକୁ ଲୋକଲୋଚନ କରାଇ ବିଶ୍ୱବିଦିତ କରିବାର ଅଭିନବ ପ୍ରୟାସ ଅତୀବ ପ୍ରଶଂସନୀୟ। ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିକୁ ନେଇ ନିର୍ମାଣ କରାଯାଇଥିବା ଏହି ପ୍ରଦର୍ଶନୀ କକ୍ଷ ସମସ୍ତଙ୍କର ମନ ଜିଣିପାରିଛି। ପ୍ରଦର୍ଶନୀ କକ୍ଷରେ ଜଗନ୍ନାଥ ସଂସ୍କୃତି, ମାଣବସା ଗୁରୁବାର, ଦୋଳ ପୂର୍ଣ୍ଣମା ଆଦିକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଉତ୍କଳର କାଳଜୟୀ ନୌବାଣିଜ୍ୟ ପରମ୍ପରାକୁ ଡିଜିଟାଲ ମାନଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି, ଯାହାକି ଅଭିନନ୍ଦନୀୟ ଓ ସ୍ୱାଗତଯୋଗ୍ୟ। ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିର ବହୁଳ ପ୍ରଚାର-ପ୍ରସାର ହେବା ସହ ଏହା ଓଡ଼ିଶାର ସଂସ୍କୃତିକୁ ବିଶ୍ୱବିଦିତ କରାଇବ ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତପ୍ରକାଶ କରିଥିଲେ।

ଓଡ଼ିଶା ପ୍ରଦର୍ଶନୀ କକ୍ଷରେ ଓଡ଼ିଆ ସଂସ୍କୃତିରେ ବିଭିନ୍ନ ଦିଗକୁ ପ୍ରଦର୍ଶିତ କରାଯାଇଛି। ପ୍ରାଚୀନ ଓଡ଼ିଶା ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଇତିହାସ, କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହ ଠାରୁ ନେଇ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ଗୌରବମୟ ଗାଥାକୁ ଖୁବ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଏଥିସହିତ ଓଡ଼ିଶାର ଲୋକକଳା, ଚିତ୍ରକଳା, ଶାସ୍ତ୍ରୀୟ ଓ ଲୋକନୃତ୍ୟ, ପାରମ୍ପରିକ ବାଦ୍ୟ ଓ ସଂଗୀତ, ପର୍ବପର୍ବାଣୀ ଆଦିକୁ ପ୍ରଦର୍ଶନୀ କକ୍ଷରେ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶନୀ କକ୍ଷରେ ରଥଯାତ୍ରା ଓ ସୁନାବେଶର ଫଟୋଚିତ୍ର ପ୍ରଦର୍ଶିତ ହେବା ସହିତ କୋଣାର୍କ ଚକ୍ରକୁ ମଧ୍ୟ ସ୍ଥାନିତ କରାଯାଇଛି। ଏଥିସହ ଓଡ଼ିଶାର ବରପୁତ୍ର ଓ ବିଶିଷ୍ଟ ସାହିତ୍ୟିକ ମାନଙ୍କର ଫଟୋଚିତ୍ର, ଜନଜାତି ସମ୍ପ୍ରଦାୟର ସଂସ୍କୃତି, ଓଡ଼ିଶାର ହସ୍ତକଳା, ପିପିଲି ପ୍ରସିଦ୍ଧ ଚାନ୍ଦୁଆ, ପଟ୍ଟଚିତ୍ର, ହସ୍ତତନ୍ତ, ବୟନ ଶିଳ୍ପ, ପ୍ରସିଦ୍ଧ ପାଟ ଏବଂ ସମ୍ବଲପୁରୀ ଶାଢ଼ୀକୁ ମଧ୍ୟ ରଖା ଯାଇଛି ।

- Advertisement -

ବିଶେଷ ଭାବରେ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଏବଂ ସାଧବପୁଅ ମାନଙ୍କର ନୌବାଣିଜ୍ୟ ଯାତ୍ରାକୁ ଡିଜିଟାଲ ମାନଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସମ୍ବନ୍ଧୀୟ ସବିସ୍ତୃତ ବିବରଣୀ ଏକ ଡିଜିଟାଲ ୱ୍ୱିକିପିଡ଼ିଆ ମାଧ୍ୟମରେ ପ୍ରଦାନ କରାଯାଇଛି। ପ୍ରଦର୍ଶନୀ କକ୍ଷରେ ଓଡ଼ିଶାର ଇତିହାସ, ସଂସ୍କୃତି, ପର୍ବପର୍ବାଣୀ ଏବଂ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ନେଇ ଏକ ଡିଜିଟାଲ କୁଇଜର ମଧ୍ୟ ବ୍ୟବସ୍ଥା କରାଯାଇଛି ଯାହା ପ୍ରବାସୀ ଭାରତୀୟ ମାନଙ୍କୁ ଓଡ଼ିଶା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ସହ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଶା ପ୍ରଦର୍ଶନୀ କକ୍ଷ ସମସ୍ତ ପ୍ରବାସୀ ଭାରତୀୟମାନଙ୍କର ମନ ଜିଣିପାରିଛି।

Hot this week

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

Related Articles

Popular Categories