ଟୋକିଓ: ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତିିଭାବେ ମାନ୍ୟତାଲାଭ କରିଥିବା ଜାପାନୀ ମହିଳା ତୋମିକୋ ଇତୁକାଙ୍କର ଡିସେମ୍ବର ୨୯ରେ ପରଲୋକ ଘଟିଛି। ତାଙ୍କୁ ୧୧୬ ବର୍ଷ ବୟସ ହୋଇଥିଲା। ଗତବର୍ଷ ଅଗଷ୍ଟରେ ସ୍ପେନର ମାରିଆ ବ୍ରାଏନାସ ମୋରେରାଙ୍କ ପରଲୋକ ପରେ ତୋମିକୋ ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତିର ମାନ୍ୟତା ହାସଲ କରିଥିଲେ। ତୋମିକାଙ୍କର ୪ ସନ୍ତାନ ଓ ୫ ନାତି ନାତୁଣୀ ରହିଛନ୍ତି। ତୋମିକା ୧୯୦୮ ମେ’ ୨୩ରେ ଜାପାନର ଓସାକା ସହରରେ ଜନ୍ମଗ୍ରହଣ କରିଥିଲେ। ଦୁଇଟି ବିଶ୍ବଯୁଦ୍ଧ ଏବଂ କରୋନା ଭଳି ମହାମାରୀର ଭୟାବହତାକୁ ଅନୁଭବ କରିଥିବା ତୋମିକୋ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଶାକାହାରୀ ଭୋଜନକୁ ଶ୍ରେୟ ଦେଇଆସୁଥିଲେ।
Popular Categories



