www.samajalive.in
Monday, December 8, 2025
14.1 C
Bhubaneswar

୧୦ ଘଣ୍ଟାର ଅସ୍ତ୍ରୋପଚାର ପରେ…ଡାକ୍ତରଙ୍କୁ ପ୍ରଥମ ପ୍ରଶ୍ନ ଥିଲା ଦେଶ କିପରି ଚାଲିଛି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହଙ୍କ ସମ୍ପର୍କରେ ଅନେକ ବ୍ୟକ୍ତି ନିଜର ଅଭିଜ୍ଞତା ବଖାଣିଛନ୍ତି। ଜାତୀୟସ୍ତରର ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡା ମନମୋହନଙ୍କ ଦେଶଭକ୍ତି ପ୍ରସଙ୍ଗରେ ଏକ ନିଆରା କାହାଣୀ ବର୍ଣ୍ଣନା କରିଛନ୍ତି। ୨୦୦୯ରେ ପ୍ରଧାନମନ୍ତ୍ରୀ ଥିବାବେଳେ ମନମୋହନଙ୍କର ଦିଲ୍ଲୀ ଏମ୍‌ସରେ କରୋନାରୀ ବାଇପାସ୍‌ ସର୍ଜରୀ (ଅସ୍ତ୍ରୋପଚାର) କରାଯାଇଥିଲା। ରମାକାନ୍ତ ସେତେବେଳେ ଏମ୍‌ସର ହୃଦ୍‌ରୋଗ ବିଭାଗରେ ଡାକ୍ତରଭାବେ କାର୍ଯ୍ୟରତ ଥିବାବେଳେ ମନମୋହନଙ୍କ ଅସ୍ତ୍ରୋପଚାର ଟିମ୍‌ର ନେତୃତ୍ବ ନେଉଥିଲେ। ଏହି ଅସ୍ତ୍ରୋପଚାର ଦୀର୍ଘ ୧୦ ଘଣ୍ଟା ଧରି ଚାଲିଥିଲା। ଦଶ ଘଣ୍ଟା ପରେ ଡାକ୍ତର ମନମୋହନଙ୍କ ପାଟିରୁ ଯେତେବେଳେ ବ୍ରିଦିଙ୍ଗ୍‌ ପାଇପ୍‌ (ନିଃଶ୍ବାସ ନେବା ପାଇଁ ଉଦ୍ଦିଷ୍ଟ ପାଇପ୍‌) କାଢିଥିଲେ, ସେତେବେଳେ ମନମୋହନ ତାଙ୍କୁ ପ୍ରଥମ ପ୍ରଶ୍ନ କରିଥିଲେ ‘ଦେଶ କିପରି ଚାଲିିଛି ?’ ରମାକାନ୍ତ ତାଙ୍କୁ କହିଥିଲେ, ଆପଣ ସ୍ବାସ୍ଥ୍ୟାବସ୍ଥା କିମ୍ବା ଅସ୍ତ୍ରୋପଚାର ସମ୍ପର୍କରେ ନ ପଚାରି କାହିଁକି ଦେଶ ବିଷୟରେ ପଚାରୁଛନ୍ତି। ମନମୋହନ ଉତ୍ତର ଦେଇଥିଲେ, ମୁଁ ଜାଣେ ଆପଣମାନେ ଠିକ୍‌ଠାକ୍‌ ଅସ୍ତ୍ରୋପଚାର କରିଥିବେ। ତେଣୁ ସେ ବିଷୟରେ ପଚାରିବା ମୋ ପକ୍ଷରେ ବୋକାମି ହେବ। ତେଣୁ ଅସ୍ତ୍ରୋପଚାର ପରିବର୍ତ୍ତେ ଦେଶ ସମ୍ପର୍କରେ ଜାଣିବା ମୋ ପାଇଁ ଜରୁରୀ ଥିଲା। ଡାକ୍ତରଭାବେ ଅଧିକାଂଶ ରୋଗୀଙ୍କୁ ଚିକିତ୍ସା କରିଥିବାବେଳେ ମନମୋହନଙ୍କ ଭଳି ରୋଗୀ ପାଇବା ବିରଳ ବୋଲି ରମାକାନ୍ତ କହିଛନ୍ତି। ସାଧାରଣତଃ ଅସ୍ତ୍ରୋପଚାର ପରେ ରୋଗୀମାନେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଥାନ୍ତି। ତେବେ ମନମୋହନ କୌଣସି ପ୍ରକାର ଅଭିଯୋଗ କରିନଥିଲେ। ଏଥିରୁ ତାଙ୍କର ମାନସିକ ଶକ୍ତିିକୁ ସହଜରେ ଆକଳନ କରାଯାଇପାରେ ବୋଲି ସେ କହିଛନ୍ତି। ଅସ୍ତ୍ରୋପଚାର ପରେ ମନମୋହନ ଯେତେଥର ଚେକ୍‌ଅପ୍‌ ପାଇଁ ଏମ୍‌ସ ଆସିଥିଲେ, ଆମେ ପ୍ରତ୍ୟେକ ଥର ତାଙ୍କୁ ପାଛୋଟି ଆଣିବାକୁ ଡାକ୍ତରଖାନା ଫାଟକ ପର‌୍ୟ୍ୟନ୍ତ ଯାଉଥିଲୁ। ଅବଶ୍ୟ ଏଭଳି ନ କରିବାକୁ ମନମୋହନ ସବୁବେଳେ ତାଙ୍କୁ କହୁଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories