www.samajalive.in
Tuesday, December 9, 2025
17.1 C
Bhubaneswar

ଭତ୍ତା ପାଇଁ ଆସି ବୃଦ୍ଧାଙ୍କ ମୃତ୍ୟୁ ଘଟଣା : ତଦନ୍ତ ନିର୍ଦେଶ ଦେଲେ ଉପଜିଲ୍ଲାପାଳ

ନାରାୟଣପାଟଣା : କୋରାପୁଟ ବନ୍ଧୁଗାଁରେ ଭତ୍ତା ପାଇଁ ଆସି ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ ଘଟଣା । ତେବେ କେଉଁ ପରିସ୍ଥିତିରେ ବୃଦ୍ଧାଙ୍କର ମୃତ୍ୟୁ ହେଲା, ସେ ନେଇ ତଦନ୍ତ ନିର୍ଦେଶ ଦେଇଛନ୍ତି କୋରାପୁଟ ଉପଜିଲ୍ଲାପାଳ।  ଶନିବାର କାନ୍ତା ମେଲକା ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଥିଲେ ପରିବାର ଲୋକ। ସୂଚନା ଅନୁସାରେ ଶନିବାର ଗାଁଠାରୁ ୭ କିମି ଦୂର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ମୁଖ୍ୟାଳୟକୁ ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ଯାଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଅଭିଯୋଗ ହୋଇଥିଲା। ମୃତକ ହେଲେ ବନ୍ଧୁଗାଁ ବ୍ଲକ ବାଉଁଶପୁଟ ଗାଁର କାନ୍ତା ମେଲେକା । ପରିଣତ ବୟସରେ ହଜାର ଟଙ୍କା ଭତ୍ତା ଆଣିବା ପାଇଁ ପ୍ରତ୍ୟେକ ମାସରେ ତାଙ୍କ ଭଉଣୀ ସନାଇ ମେଲେକାଙ୍କ ସହଯୋଗରେ ସେ ୭ କିମି ଦୂର ବନ୍ଧୁଗାଁ ମୁଖ୍ୟ ଦପ୍ତରକୁ ଯାଇଥାନ୍ତି। କାନ୍ତାଙ୍କ ନିଜ ଘର ଗିଣିଜିଖାଲ ହୋଇଥିବା ବେଳେ ତାଙ୍କର କେହି ନ ଥିବାରୁ ଭଉଣୀ ସନାଇ ମେଲେକାଙ୍କ ସହ ବାଉଁଶପୁଟରେ କିଛି ବର୍ଷ ମିଶିକି ରହୁଥିବା ଗ୍ରାମବାସୀ କହୁଛନ୍ତି। କୌଣସି କାରଣରୁ କାନ୍ତାଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ଚିକିତ୍ସା ପାଇଁ ଭତ୍ତା ଟଙ୍କା ଉଠାଇବାକୁ ତାଙ୍କ ଭଉଣୀଙ୍କ ସହ ବନ୍ଧୁଗାଁକୁ ଆସିଥିଲେ। ଗତକାଲି କୌଣସି ବ୍ୟବସ୍ଥା କରି ଉଭୟ ଭତ୍ତା ଟଙ୍କା ଆଣିବାକୁ ବାହାରି ବନ୍ଧୁଗାଁରେ ଥିବା ବ୍ୟାଙ୍କ କିମ୍ବା ଜନ ସେବାକେନ୍ଦ୍ର ନିକଟରେ ପହଞ୍ଚି ପାରି ନ ଥିଲେ। ବ୍ୟାଙ୍କଠାରୁ ୧ କିମି ପୂର୍ବରୁ ଇନ୍ଦଲାମା ଠାକୁରାଣୀ ମନ୍ଦିର ନିକଟରେ କାନ୍ତା ଅସୁସ୍ଥ ଅନୁଭବ କରିଥିଲେ। ଡାକ୍ତରଖାନା ଯାଇ ନ ପାରି ରାତିତମାମ ସେଠାରେ ଶୀତ କାକରରେ ପଡ଼ି ରହିଥିଲେ। ପାହାନ୍ତିଆ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଭଉଣୀ ସନାଇ ଓ ସ୍ଥାନୀୟ ଲୋକେ କହିଛନ୍ତି। ମୁଖ୍ୟ ରାସ୍ତାଠାରୁ ଦୁଇଶହ ମିଟର ଦୂର ମନ୍ଦିର ନିକଟକୁ ସେମାନେ କାହିଁକି ଯାଇଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କ ଘରେ ନେଇ ଭତ୍ତା ଟଙ୍କା ପହଞ୍ଚାଇବା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଛି। ଏଥିନେଇ ବ୍ୟାଙ୍କ ମିତ୍ର ସୁବିଧା ଯୋଗାଇ ଦିଆଯାଇଛି। ଘରେ ଭତ୍ତା ପହଞ୍ଚାଇବା ନିୟମ ଥିବାବେଳେ ବ୍ୟାଙ୍କ ମିତ୍ରମାନେ କରୁଛନ୍ତି କଣ ବୋଲି ପ୍ରଶ୍ନ ଉଠୁଛି। ଭତ୍ତା ଅନ୍‌ଲାଇନ୍‌ ଯୋଗେ ଦିଆଯାଉଥିବାରୁ ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରତ୍ୟେକ ମାସରେ ଟଙ୍କା ଜମା ହେଉଥିଲା। ତେବେ ଏହି ଘଟଣା ସମ୍ପର୍କରେ ଅବଗତ ନୁହନ୍ତି ବୋଲି ବନ୍ଧୁଗାଁ ବିଡିଓ ପ୍ରକାଶ କରିଛନ୍ତି।ବୃଦ୍ଧବୃଦ୍ଧା ଅଭିଯୋଗ କଲେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଉକ୍ତ ଘଟଣାକୁ ନେଇ କୋରାପୁଟ ଉପଜିଲାପାଳ ବେଣୁଧର ଶବର ଦୁଃଖ ପ୍ରକାଶ ସହ ସତ୍ୟାସତ୍ୟର ତଦନ୍ତ କରାଯିବ ବୋଲି କହିଛନ୍ତି। ଏହାସହ ଭବିଷ୍ୟତରେ ଏପରି ଘଟଣା ନ ଘଟିବା ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯିବ ବୋଲି ଶ୍ରୀ ଶବର ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories