ମହାନଦୀରେ ବୁଡ଼ିଯାଇଥିବା ଦୁଇ ନାବାଳକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର (ସମାଜ ଡିଜିଟାଲ ଡେସ୍କ)- ସମ୍ବଲପୁରରେ ମହାନଦୀରେ ଗାଧୋଇଥିବା ବେଳେ ବୁଡିଯାଇଥିବା ଦୁଇ ନାବାଳକ ଛାତ୍ରଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଶୁକ୍ରବାରରେ ଏହି ଦୁଇ ନାବାଳକ ଛାତ୍ର ମହାନଦୀ ସଡକ ଘାଟରେ ବୁଡିଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା । ଶନିବାର ସକାଳରେ ପୁଣି ଖୋଜା ଖୋଜି ବେଳେ ସମଲେଶ୍ୱରୀ ଘାଟ ନିକଟରୁ ଦୁଇ ଜଣଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଛି ।

 

ଏହି ଦୁଇ ଜଣ ସମ୍ବଲପୁର ତ୍ୱିର ଗଳିର ବୋଲି ସୂଚନା ମିଳିଛ । ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.