www.samajalive.in
Sunday, December 7, 2025
26.1 C
Bhubaneswar

ନିଲାମ ହେଲା ଅର୍ପଣ ଚାଉଳ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗୃହୀତ ଅର୍ପଣ ଚାଉଳ ନିଲାମ କରାଯାଇଛି। ନିମାପଡ଼ା ଅଞ୍ଚଳର ଜଣେ ମିଲ୍ ମାଲିକ ୧୦ ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳ ୨ କୋଟି ୮୬ ଲକ୍ଷ ଟଙ୍କାରେ କ୍ରୟ କରିଛନ୍ତି। ପ୍ରଭୁଙ୍କ ପାଇଁ ବ୍ୟବହାର ଅନୁପଯୋଗୀ ହୋଇଥିବା ଏହି ଚାଉଳ କ୍ବିଣ୍ଟାଲ ପ୍ରତି ୨୭୮୦ ଟଙ୍କା ଦରରେ ନିଲାମ କରାଯାଇଛି। ଏହି ଅର୍ଥ ଖୁବଶୀଘ୍ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିକଟରେ ଜମା କରାଯିବ ବୋଲି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଭକ୍ତଙ୍କଠାରୁ ପ୍ରାୟ ୧୪ ହଜାର କ୍ବିଣ୍ଟାଲ ଚାଉଳ ସମେତ ନଗଦ ଅର୍ଥ, ଗୁଆ ଏବଂ ନଡ଼ିଆ ସଂଗ୍ରହ କରାଯାଇଥିଲା। ସେଥିରୁ ପ୍ରାୟ ୪ ହଜାର କ୍ବିଣ୍ଟାଲ ଚାଉଳ ସୁଆର ମହାସୁଆର ନିଯୋଗକୁ ପ୍ରଦାନ କରାଯାଇଥିଲା। ସେମାନେ କୋଠ ଭୋଗରେ ଖେଚୁଡ଼ି ଏବଂ ମିଷ୍ଟାନ୍ନ ପ୍ରସ୍ତୁତ କରି ଶ୍ରୀଜୀଉଙ୍କୁ ଅର୍ପଣ କରିବା ସହ ଭକ୍ତଙ୍କ ମଧ୍ୟରେ ବିତରଣ କରିଥିଲେ। ତେବେ ନିର୍ଦ୍ଧାରିତ ସମୟରେ ବିନିଯୋଗ ହୋଇ ନ ପାରିବାରୁ ୧୦ ହଜାର ୩୨୨ କ୍ବିଣ୍ଟାଲ ଚାଉଳ ଗମୁରା ହୋଇଯାଇଥିଲା। ସେଥିରୁ କିଛି ଚାଉଳ ନେଇ ଗୋପ ନିକଟସ୍ଥ ନଦୀରେ ଫିଙ୍ଗିବା ଅଭିଯୋଗ ହୋଇଥିଲା। ତେଣୁ ବ୍ୟବହାର ହୋଇ ପାରିନଥିବା ଗମୁରା ଅର୍ପଣ ଚାଉଳ ବିକ୍ରି ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ତେଣୁ ତାହାକୁ ନିଲାମ କରାଯାଇଥିବା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଲେ, ଅର୍ପଣ ଚାଉଳ ନିଲାମ ପାଇଁ ଯୋଗାଣ ବିଭାଗ ପକ୍ଷରୁ ସର୍ବସାଧାରଣ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅର୍ପଣ ଚାଉଳ କ୍ବିଣ୍ଟାଲ ସର୍ବନିମ୍ନ ଦର ୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଓଡ଼ିଶା ସମେତ ରାଜ୍ୟ ବାହାରର କେତେକ ମିଲ ମାଲିକ ଅର୍ପଣ ଚାଉଳ କିଣିବାକୁ ନିଲାମରେ ଅଂଶଗ୍ରହଣ କରିଥିଲେ। ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଥିବା ସେ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories