www.samajalive.in
Sunday, December 7, 2025
14.1 C
Bhubaneswar

ପକ୍କା ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ନିକଟରେ ଦାବି କଲେ ଗ୍ରାମବାସୀ

ଫୁଲବାଣୀ: ବଲସକୁମ୍ପା ଗ୍ରାମ ପଞ୍ଚାୟତ ଅଧୀନ ବାରିକୁମ୍ପା ଗାଁକୁ ରବିବାର ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ପରିଦର୍ଶନରେ ଆସିଥିଲେ। ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା ସମେତ ବହୁ ଭାଜପା କର୍ମୀ ଏବଂବାରିକୁମ୍ପା ଗ୍ରାମବାସୀ ଉପସ୍ଥିତ ହୋଇ ବିଧାୟକଙ୍କୁ ମହିଳା ସମିତି ଗୃହ ନିକଟରେ ସ୍ବାଗତ ଜଣାଇ ଗାଁ ପରିଦର୍ଶନ କରାଇଥିଲେ। ଏହି ସମୟରେ ଗାଁରେ ଥିବା ମାଟି କାଦୁଅ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ରାସ୍ତା ଦେଖାଇବା ସହିତ ଗାଁରେ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଥିଲେ ଗ୍ରାମବାସୀ। ଆଦର୍ଶ ଗ୍ରାମ ବୋଲି ବାରି କୁମ୍ପା ମାନ୍ୟତା ପାଇଛି କିନ୍ତୁ ରାସ୍ତା ଘାଟ ସମସ୍ୟା ଆଜି ପର୍ଯ୍ୟନ୍ତ ସୁଧିରି ପାରିଲା ନାହିଁ। ଏ କେମିତି ଆଦର୍ଶ ଗ୍ରାମ ବୋଲି ବିଧାୟକଙ୍କୁ ଗ୍ରାମବାସୀ ପ୍ରଶ୍ନ କରିଥିଲେ। ଏହାପରେ ରାଧା କୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମଣ୍ଡଳ ସଭାପତି ରାଜେନ୍ଦ୍ର ବେହେରା ସଭା ପରିଚାଳନା କରିଥିବା ବେଳେ ଗାଁରେ ଥିବା ସମସ୍ୟା ଗୁଡ଼ିକ ବିଧାୟକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସମସ୍ତ ସମସ୍ୟା ଶୁଣିଲା ପରେ ସେଗୁଡିକ ଶୀଘ୍ର ସମାଧାନ କରାଯିବା ଦିଗରେ ଚେଷ୍ଟା କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

Related Articles

Popular Categories