ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ‘ଧାନ ସଂଗ୍ରହ କମିଟି’ ବୈଠକରେ ନିଆଯାଇଛି ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଆସିବା ପରେ କୃଷି ଓ କୃଷକଙ୍କ ଉନ୍ନତି ହେବାରେ ଲାଗିଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷକଙ୍କ ସାମୁହିକ ବିକାଶ ପାଇଁ ବଦ୍ଧପରିକର। ମୋହନ ସରକାରଙ୍କ ନେତୃତ୍ୱରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଖରିଫ ଧାନ କିଣାରେ ବ୍ୟାପକ ସ୍ୱଚ୍ଛତା ଅଣାଯିବା ସହ କଟ୍‌ନିଛଟନି ବନ୍ଦ କରିବା, ମିଲରଙ୍କର ଦାଦାଗିରି ବନ୍ଦ କରିବା ଓ ଧାନମଣ୍ଡିଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଧାନ କିଣା କାରବାରକୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ବାରମ୍ବାର ଜିଲା ଗସ୍ତରେ ଆସି ଧାନମଣ୍ଡୀ ପରିଦର୍ଶନ କରିବା ସହ ତଦାରଖ କରୁଛନ୍ତି। ମାତ୍ର ଓଡ଼ିଶାର ବିରୋଧୀ ଦଳ ଏଥିରେ ସହଯୋଗ ନ କରି ଧାନ କିଣା କାରବାରରେ ବ୍ୟାଘାତ ଓ ବିଶୃଙ୍ଖଳା କରିବା ପାଇଁ ବ୍ୟାପକ ଭାବେ ଅପପ୍ରଚାର କରି ସରକାରକୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି । ବିରୋଧୀ ଦଳଗୁଡ଼ିକର ଏଭଳି କାର୍ଯ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ତାଙ୍କ ଚାଷୀମାରଣ ନୀତିକୁ ସ୍ପଷ୍ଟ କରୁଛି। ଅସହିଷ୍ଣୁୁ ବିରୋଧୀ ଦଳଗୁଡ଼ିକ ଅଯଥାରେ ବିଭ୍ରାଟ କରନ୍ତୁ ନାହିଁ ବୋଲି ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ମହେଶ୍ୱର ସାହୁ କହିଛନ୍ତି।

ରାଜ୍ୟର ସମସ୍ତ ୩୦ଟି ରାଜସ୍ୱ ଜିଲାର ‘ଧାନ ସଂଗ୍ରହ କମିଟି’ର ଚାଷୀ ପ୍ରତିନିଧିମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲଘୁଚାପଜନିତ ଅଦିନିଆ ଲଗାଣ ବର୍ଷାଜନିତ ଧାନ ଫସଲର କ୍ଷୟକ୍ଷତିର ତୁରନ୍ତ ଆକଳନ କରି ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଆଜିର ବୈଠକରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଥିବା ଧାନ ଚାଷୀମାନେ ସେମାନଙ୍କ କ୍ଷୟକ୍ଷତିର ସହାୟତା ପାଇବା ନିମନ୍ତେ ‘କୃଷି ରକ୍ଷକ ଆପ’ରେ ୭୨ ଘଂଟା ମଧ୍ୟରେ ତଥ୍ୟ ଦେଇପାରିବେ ଅବା ହେଲ୍ପ ଲାଇନ୍ ନଂ. ୧୪୪୭କୁ କଲ୍ କରି ସୂଚନା ଦେଇପାରିବେ ବୋଲି ବୈଠକରେ କୁହାଯାଇଛି। ଏଦିଗରେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଚାଷୀମାନଙ୍କୁ ସହାୟତା କରିବା ପାଇଁ ଆହ୍ୱାନ ଦିଆଯାଇଛି। ଏଥିସହ ମଣ୍ଡିରେ ଧାନ କିଣା ସମୟରେ କଟନିଛଟନି ଓ ମିଲରମାନଙ୍କ ଦାଦାଗିରି ବନ୍ଦ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସମସ୍ତ ଧାନମଣ୍ଡୀ ଜଗିବା ସହ ତଦାରଖ କରିବାକୁ ବୈଠକରେ ନିଷ୍ପତି ହୋଇଛି।

ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ତଥା ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜପ୍ରମୁଖଙ୍କ ସମେତ ଶତାଧିକ ଶତାଧିକ ଚାଷୀ ନେତା ସାମିଲ ହୋଇଥିଲେ।

Comments are closed.