www.samajalive.in
Tuesday, December 9, 2025
26.1 C
Bhubaneswar

ଅକ୍ଟୋବରରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଅକ୍ଟୋବର ମାସରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି। ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି। ୨୦୨୩ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁଇଜୁଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନ୍ ପ୍ରତି ଦୃଢ ସମର୍ଥନ ଜଣାଉଥିବା ମୁଇଜୁଙ୍କ ଏହି ଗସ୍ତକୁ କୂଟନୈତିକ ମହଲ ଗୁରୁତ୍ଵ ପ୍ରଦାନ କରୁଛନ୍ତି। ମୁଇଜୁ ରାଷ୍ଟ୍ରପତି ହେବା ପରେ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି। ଅପରପକ୍ଷରେ ଭାରତ ପାଲଟା ରଣନୀତି ଅବଲମ୍ବନ କରିବା ପରେ ମିିଇଜୁ ଅଡୁଆ ସ୍ଥିତିରେ ପଡିଥିଲେ। ତେଣୁ ଭାରତ ସହ ଦ୍ଵିପାକ୍ଷିକ ସମ୍ପର୍କକୁ ପୁଣି ମଜବୁତ୍ କରିବାକୁ ସେ ଭାରତ ଆସୁଥିବା କୁହାଯାଉଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories