www.samajalive.in
Sunday, December 7, 2025
14.1 C
Bhubaneswar

ଆଜିଠୁ ଗୋଆରେ ଦୁଇଦିନିଆ ଜିଏସ୍‌ଟି ଶିଖର ସମ୍ମିଳନୀ

ପାଣାଜି: ଆଜିଠାରୁ ଗୋଆରେ ଦୁଇଦିନିଆ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ୬ଜଣିଆ ମନ୍ତ୍ରୀସ୍ତରୀୟ ପ୍ୟାନେଲ ଶହେରୁ ଅଧିକ ଉତ୍ପାଦ ଉପରେ ଜିଏସ୍‌ଟି ହାରର ସମୀକ୍ଷା କରିବେ। ଯେଉଁଥିରେ ସାର, ହସ୍ତତନ୍ତ ଏବଂ ବୀମା ଉପରେ ଜିଏସ୍‌ଟି ହାରର ସମୀକ୍ଷା ହେବ। ଏହି ମନ୍ତ୍ରୀସ୍ତରୀୟ ପ୍ୟାନେଲର ପ୍ରସ୍ତାବ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ୫୫ତମ ଜିଏସ୍‌ଟି ପରିଷଦ ବୈଠକରେ ଉପସ୍ଥାପନ କରାଯିବ। ବର୍ତ୍ତମାନ ଜିଏସ୍‌ଟିର ଚାରିସ୍ତରୀୟ ଟିକସ ବ୍ୟବସ୍ଥା ରହିଛି, ଯେଉଁଥିରେ ୫, ୧୨, ୧୮ ଓ ୨୮% ସ୍ଲାବ୍‌ ରହିଛି। ୧୨% ଓ ୧୮% ସ୍ଲାବ୍‌ର ଏକତ୍ରୀକରଣ ପାଇଁ ଆଲୋଚନା ଚାଲିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories