www.samajalive.in
Monday, December 8, 2025
16.1 C
Bhubaneswar

ମକର ସଂକ୍ରାନ୍ତିରେ ରାଶିଙ୍କ ଉପରେ ପ୍ରଭାବ

ମକର ସଂକ୍ରାନ୍ତି ସବୁଠାରୁ ବିଶେଷ ପର୍ବ ଅଟେ। ଏହାକୁ ସବୁ ସଂକ୍ରାନ୍ତି ମଧ୍ୟରେ ଶ୍ରେଷ୍ଠ ବୋଲି କୁହାଯାଇଛି। ଏହି ରାଶିରେ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିଥିବା ହେତୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ପ୍ରବେଶରେ ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ରାଶିରେ କେଉଁ ପ୍ରଭାବ ପଡିବ ..

ମେଷ : ଏହି ରାଶିର ବ୍ୟକ୍ତିମାନଙ୍କର ଯାନବାହାନ ସମ୍ବନ୍ଧୀୟ ସ୍ବପ୍ନ ପୂରଣ ହେବ। ବ୍ୟବସାୟରେ ମଧ୍ୟ ଲାଭ ପାଇବେ। ମାନ-ସମ୍ମାନ ବୃଦ୍ଧି ହେବ।

- Advertisement -

ବୃଷ : ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ସମସ୍ତ ବିବାଦରୁ ମୁକ୍ତି ମିଳିବ।

ମିଥୁନ : ଏହି ରାଶିର ବ୍ୟକ୍ତିମାନେ ନିଜ ସ୍ବାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ଉଚିତ। ରୋଜଗାରରେ ଉନ୍ନତି ହେବ।

କର୍କଟ : ଏହି ରାଶିର ବ୍ୟକ୍ତିମା​‌ନେ ବିରୋଧୀଙ୍କ ପ୍ରତି ସାବଧାନ ରହିବା ଉଚିତ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ସାମାନ୍ୟ ଉନ୍ନତି ହେବ।

ସିଂହ : ଏହି ରାଶିର ବ୍ୟକ୍ତିଙ୍କୁ ବାଦବିବାଦରୁ ମୁକ୍ତି ମିଳିବ। ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି। ଧର୍ମ ପ୍ରତି ଭକ୍ତିଭାବ ସୃଷ୍ଟି ହେବ।

କନ୍ୟା : ମାନ-ସମ୍ମାନ ବୃଦ୍ଧି ହେବ। ଋଣ ଭାରରୁ ମୁକ୍ତି ମିଳିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।

ତୁଳା : ସମସ୍ତ ମନୋକାମନା ପୂର୍ଣ୍ଣ ହେବ। ଚାକିରୀରେ ପଦୋନ୍ନତି ହେବ। ବ୍ୟବସାୟରେ ମଧ୍ୟ ଲାଭ ହେବ।

ବିଛା : ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଠାରୁ ସତର୍କ ରୁହନ୍ତୁ। ନିଜର ଜମା ପୁଞ୍ଜି ବୃଦ୍ଧି ହେବ। ବ୍ୟବସାୟରେ ଲାଭ ହେବ।

ଧନୁ : କାର୍ଯ୍ୟକ୍ଷେତ୍ରରେ ମତାନ୍ତର ଦେଖାଦେବ। ଶିକ୍ଷା ପ୍ରତି ରୁଚି ବୃଦ୍ଧି ହେବ। ବ୍ୟବସାୟରେ ଲାଭ ମିଳିବ।

ମକର : ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ। ମାନସିକ ଚିନ୍ତା ବଢିବ। ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି। ତେଣୁ ସୂର୍ଯ୍ୟଦେବଙ୍କୁ ଜଳ ସମର୍ପଣ କରନ୍ତୁ।

କୁମ୍ଭ : ଚାକିରୀରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ସତର୍କ ରୁହନ୍ତୁ। ନିଜର ଜମା ପୁଞ୍ଜି ବୃଦ୍ଧି ହେବ। ବ୍ୟବସାୟରେ ଲାଭ ହେବ।

ମୀନ : ଆରୋଗ୍ୟ ରହିବା ସହ ସୁଖଶାନ୍ତି ବୃଦ୍ଧି ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଶତ୍ରୁମାନଙ୍କ ସଂଖ୍ୟା ବୃଦ୍ଧି ହେବ।

 

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories