www.samajalive.in
Saturday, December 6, 2025
23.1 C
Bhubaneswar

କୋଟାରୁ ନିଟ୍‌ ଆଶାୟୀ ଛାତ୍ର ନିଖୋଜ

କୋଟା : ଏମବିବିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଦ୍ଦିଷ୍ଟ ନିଟ୍‌ ପାଇଁ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଜଣେ ଛାତ୍ର ନିଖୋଜ ହୋଇଥିବା ଜଣାପଡିଛି। ଅମନ କୁମାର ସିଂହ ନାମକ ଏହି ଛାତ୍ର ଜଣକ ବିହାର ବାସିନ୍ଦା ହୋଇଥିବାବେଳେ ବିଗତ ଦୁଇବର୍ଷ ହେଲା ଏଠାରେ ରହି କୋଚିଂ ନେଉଥିଲେ। ତେବେ ରବିବାର ରାତିରେ ଅମନ ସ୍ବର୍ଣ୍ଣବିହାର କଲୋନୀସ୍ଥିତ ପିଜି ହଷ୍ଟେଲରୁ କୁଆଡେ ପଳାଇଥିବା ଜଣାପଡିଛି। ନିକଟରେ ଅନୁଷ୍ଠିତ ନିଟ୍‌ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିନଥିବାରୁ ସେ ହଷ୍ଟେଲ ଛାଡି ଚାଲିଯାଉଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି। ଚମ୍ବଲ ନଦୀ ଉପରେ ନିର୍ମିତ କୋଟା ବ୍ୟାରେଜ ନିକଟରେ ତାଙ୍କୁ ଖୋଜିବାକୁ ମଧ୍ୟ ସେ ଲେଖିଛନ୍ତିି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ଅମନଙ୍କୁ ପାଇନାହାନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories