www.samajalive.in
Saturday, December 6, 2025
14.1 C
Bhubaneswar

ସିବିଏସ୍ଇ ପରୀକ୍ଷାରେ କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା

ଫୁଲବାଣୀ: ସିବିଏସ୍ଇର ପରୀକ୍ଷାଫଳ ପ୍ରକାଶିତ ହୋଇଥିବା ବେଳେ କନ୍ଧମାଳ ପି.ଏମ୍.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ , ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଯୁକ୍ତ-୨ରେ ବିଦ୍ୟାଳୟର ମୋଟ ୨୯ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ସାସ୍ୱତ ତ୍ରିପାଠୀ ୯୧.୮ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ ସୁଭମ ପ୍ରଧାନ ୯୧.୨ପ୍ରତିଶତ ରଖି ଦ୍ୱିତୀୟ ଏବଂ ଜଗନ୍ନାଥ ପାତ୍ର ୮୮ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିଭଳି ଦଶମ ଶ୍ରେଣୀରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ବିଦ୍ୟାଳୟର ମୋଟ ୭୧ ଜଣ ଛାତ୍ରଛାତୀଙ୍କ ମଧ୍ୟରୁ ସମସ୍ତେ ପରୀକ୍ଷା ଦେଇଥିବା ବେଳେ ସମସ୍ତ ୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଛାତ୍ରୀ ବୈଭବୀ ପାଣିଗ୍ରାହୀ ସର୍ବାଧିକ ୯୬.୮ ପ୍ରତିଶତ ମାର୍ଗ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରିଷି ପାଣ୍ଡେ ୯୪.୪ ପ୍ରତିଶତ ମାର୍ଗ ରଖି ଦ୍ୱିତୀୟ ଏବଂ ବିଭୂକଲ୍ୟାଣ ସାହୁ ୯୧.୬ ପ୍ରତିଶତ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ଜିନାତ୍ ଏବଂ ଅନ୍ୟ ସମସ୍ତ ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories