www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଦୀପ ପାଣିଗ୍ରାହୀଙ୍କୁ ଏମ୍ସ ସ୍ଥାନାନ୍ତର

ବ୍ରହ୍ମପୁର: ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ହୋଇଛି। ଆଜି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ ଏବଂ ଫୁସଫୁସରେ ତାଙ୍କର ଆଘାତ ଲାଗିଛି। ତେଣୁ ଅଧିକ ଚିକତ୍ସା ପାଇଁ  ତାଙ୍କୁ ସ୍ଥାନାନ୍ତର କରାଯାଇଥିବା  ପରିବାର ପକ୍ଷରୁ ସୂଚନା ମିଳିଛି। ସୂଚନା ମୂତାବକ ସୋମବାର ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଥିଲା। ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୋମବାର ସନ୍ଧ୍ୟାରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ମାଡ଼ ଖାଇବା ପରେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଏହି ଘଟଣାରେ ପୁଲିସ୍ ଆକ୍ରମଣକାରୀ ପିଣ୍ଟୁ ଦାଶଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories