www.samajalive.in
Sunday, December 7, 2025
14.1 C
Bhubaneswar

ଆମେରିକୀୟ ସାଂସଦଙ୍କ ବିବାଦୀୟ ମନ୍ତବ୍ୟ: ‘ଗାଜାରେ ପରମାଣୁ ବୋମା ପକାଇବାକୁ ଇସ୍ରାଏଲକୁ ଅନୁମତି ମିଳିବା ଉଚିତ’

ନ୍ୟୁୟର୍କ: ଆମେରିକାର ଜଣେ ସାଂସଦ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ଗାଜାରେ ପରମାଣୁ ବୋମା ପକାଇବାକୁ ଇସ୍ରାଏଲକୁ ଅନୁମତି ଦିଆଯିବା ଦରକାର ବୋଲି ରିପବ୍ଲିକାନ୍‌ ପାର୍ଟି ସାଂସଦ ଲିଣ୍ଡେସେ ଗ୍ରାହମ କହିଛନ୍ତି। ଗ୍ରାହମଙ୍କ ଏହି ଦାୟିତ୍ଵହୀନ ମନ୍ତବ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଗ୍ରାହମ କହିଛନ୍ତି, ଆମେରିକା ଦ୍ବାରା ଜାପାନର ନାଗାସାକି ଏବଂ ହିରୋସିମା ଉପରେ ପରମାଣୁ ବୋମା ପକାଇବା ନିଷ୍ପତ୍ତି ଠିକ୍‌ ଥିଲା। ଇସ୍ରାଏଲ ଏକ ୟେହୁଦୀ ଦେଶ ଭାବେ ନିଜର ସୁରକ୍ଷା ପାଇଁ ସବୁକିଛି କରିବା ଉଚିତ, ଯାହା ସେ କରିବାକୁ ଚାହୁଁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଇସ୍ରାଏଲକୁ ପଠାଯିବାକୁ ଥିବା ୩ ହଜାର ବୋମାର ଡେଲିଭରିକୁ ରଦ୍ଦ କରିଦେଇଥିଲେ। ବାଇଡେନଙ୍କ ଏହି ନିଷ୍ପତ୍ତିକୁ ସାଂସଦ ଜଣକ ସମାଲୋଚନା କରିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସାଂସଦ ଗ୍ରାହମ କହିଛନ୍ତି, ଯେତେବେଳେ ଜାପାନ ଏବଂ ଜର୍ମାନୀ ସହିତ ଯୁଦ୍ଧ ସମୟରେ ପର୍ଲ ହାର୍ବର ଧ୍ଵଂସ ହୋଇଗଲା। ଯୁଦ୍ଧକୁ ଶେଷ କରିବା ପାଇଁ ଆମେରିକା ନାଗାସାକି ଏବଂ ହିରୋସୀମା ଉପରେ ପରମାଣୁ ବୋମା ପକାଇଥିଲା। ଏହା ଠିକ୍‌ ନିଷ୍ପତ୍ତି ଥିଲା। ଇସ୍ରାଏଲକୁ ବି ଗାଜାରେ ଲାଗିରହଥିବା ଯୁଦ୍ଧର ଅନ୍ତ କରିବାକୁ ପରମାଣୁ ବୋମା ପକାଇବା ଦରକାର।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories