www.samajalive.in
Saturday, December 6, 2025
17.1 C
Bhubaneswar

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବ୍ରାଜିଲ ରାଷ୍ଟ୍ରପତି, ମସ୍ତିଷ୍କରେ ଆଘାତ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ଆସନ୍ତାକାଲି ଅର୍ଥାତ ୨୨ ତାରିଖରେ ରୁଷରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ। ରବିବାର ନିଜ ବାସଭବନରେ ତଳେ ପଡ଼ିଯିବା କାରଣରୁ ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଛି। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବ୍ରେନ ହାମୋରେଜ କାରଣରୁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ସେ ଅସୁସ୍ଥ ରହିଛନ୍ତି। ଏହି କାରଣରୁ ସେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ୭୮ ବର୍ଷୀୟ ଲୁଲାଙ୍କୁ ବେଶୀ ଦୂର ପର୍ଯ୍ୟନ୍ତ ବିମାନ ଯାତ୍ରା ନ କରିବାକୁ ଡାକ୍ତର ବାରଣ କରିଛନ୍ତି। ଲୁଲାଙ୍କ ଡାକ୍ତର ରବର୍ଟ କଲିଲ କହିଛନ୍ତି, ଲୁଲାଙ୍କ ମସ୍ତିଷ୍କର ପଛ ଭାଗରେ ଗୁରୁତର ଆଘାତ ଲାଗିଛି। ମସ୍ତିଷ୍କରେ ଷ୍ଟିଚିଂ ଆବଶ୍ୟକ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories