ସମ୍ବଲପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନ୍ୟ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ଜୋରଦାର ଚାଲିଛି ପ୍ରଚାର। ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ସୋମବାର ରେଙ୍ଗାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପିର ପ୍ରାର୍ଥୀ ନାଉରୀ ନାୟକ ରେଙ୍ଗାଲି, ଜଙ୍ଗଲା ଆଦି ପଞ୍ଚାୟତରେ ବୁଲି ପ୍ରଚାର କରିଛନ୍ତି। ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି ନାଉରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ବିଜେପିକୁ ଭୋଟ ଦେବାକୁ ଶ୍ରୀ ନାୟକ ଭୋଟର ମାନଙ୍କୁ ଅନୁରୋଧ କରିଛନ୍ତି। ଏହି ଅବସରରେ ତାଙ୍କ ସହିତ ରେଙ୍ଗାଲି ବିଧାନସଭା ପ୍ରଭାରୀ ରାମଚନ୍ଦ୍ର ମେହେର, ରାଧେଶ୍ୟାମ ବାରିକ, ନବୀନ ପ୍ରଧାନ, ଉତ୍ତମ ବିଶ୍ୱାଳ, ସରୋଜ ମେହେର, ଯୁଗଳ ଅଗ୍ରୱାଲଙ୍କ ସମେତ ଅନେକ ସହକର୍ମୀ ସାମିଲ ହୋଇଥିଲେ।
Popular Categories



