www.samajalive.in
Saturday, December 6, 2025
16.1 C
Bhubaneswar

ନିଦ୍ରା କମ୍‌‌ ହେଲେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନୁସନ୍ଧାନ ଅନୁଯାୟୀ ପିଲାଦିନରେ ନିଦ୍ରାର ଅଭାବ ହେତୁ ଅଧିକାଂଶ ପିଲାମାନଙ୍କର ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ବିଶେଷକରି ସାଇକୋସିସ୍‌‌ ହେବାର ଆଶଙ୍କା ଅଧିକ ରହିଥାଏ। ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରେ ୧୨ହଜାର ପିଲାଙ୍କୁ ନେଇ ଏକ ରିସର୍ଚ କରାଯାଇଥିଲା। ଅନୁସନ୍ଧାନ ବେଳେ ସେମାନଙ୍କ ଶୋଇବା ଅବଧି ଉପରେ ନଜର ରଖାଯାଇଥିଲା। ଏହି ବିଶେଷ ପ୍ରକାରର ଅନୁସନ୍ଧାନରେ ଗବେଷକମାନେ ୬ମାସରୁ ୭ବର୍ଷ ବୟସର ପିଲାଙ୍କୁ ଅନ୍ତର୍ଭୁକ୍ତ କରିଥିଲେ। ଏହି ସବୁ ପିଲାଙ୍କ ଶୋଇବା ଅବଧି ଉପରେ ବିଶେଷ ଧ୍ୟାନ ଦେଇଥିଲେ। ଏହାପରେ ୨୪ବର୍ଷ ପରେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ କଣ ସବୁ ପ୍ରଭାବ ପଡିଛି ତାହାର ମୂଲ୍ୟାଙ୍କନ କରାଯାଇଥିଲା। ଏହି ଗବେଷଣାର ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇଥିଲା। ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ ଯେ ଯେଉଁ ପିଲାମାନେ କ୍ରମାଗତ ଭାବରେ କମ୍‌‌ ଶୋଇଥାନ୍ତି। ସେମାନେ ବଡ ହେବା ପରେ ସାଇକୋସିସ୍‌‌ ହେବାର ଆଶଙ୍କା ଚାରି ଗୁଣା ବଢିଥାଏ।
ପ୍ରତିଦିନ ପିଲାଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବାକୁ ଦିଅନ୍ତୁ ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ଜାଗ୍ରତ କରାନ୍ତୁ। ଶୋଇବା ପୂର୍ବରୁ ଟିଭି କିମ୍ବା ମୋବାଇଲ୍‌‌ ଦେଖାନ୍ତୁ ନାହିଁ। ଯଥାସମ୍ଭବ କମ ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରନ୍ତୁ। ଶୋଇବା ପୂର୍ବରୁ ପିଲାଙ୍କ ଚାରିପାଖରେ ଏକ ଶାନ୍ତ ପରିବେଶ ସୃଷ୍ଟି କରନ୍ତୁ ଏବଂ ପ୍ରତିଦିନ ବ୍ୟାୟମ କରନ୍ତୁ। ଭଲ ନିଦ ପାଇଁ ଏସବୁ ଅତ୍ୟନ୍ତ ଜରୁରୀ। ପିଲାଙ୍କ ପାଇଁ ଭଲ ନିଦ କେବଳ ଶାରୀରିକ ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କର ସ୍ୱାସ୍ଥ୍ୟ ପାଇଁ ଅଭିଭାବକମାନେ ସେମାନଙ୍କ ଦୈନଦିନ ଅଭ୍ୟାସ ଉପରେ ବିଶେଷ ଯତ୍ନ ନେବା ଜରୁରୀ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories