www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀରେ ଛାତିଥରା ଘଟଣା; ଟୋଲ ପ୍ଲାଜାରେ ଗାଡ଼ି ଅଟକାଇବାରୁ ମହିଳା କର୍ମଚାରୀଙ୍କ ଉପରେ ଚଢ଼ାଇଦେଲେ କାର୍‌

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏକ ଟୋଲ ପ୍ଲାଜାରେ ଗାଡ଼ିକୁ ଅଟକାଇବାରୁ ମହିଳା କର୍ମଚାରୀଙ୍କ ଉପରେ ଡ୍ରାଇଭର କାର୍‌ ଚଢ଼ାଇ ଫେରାର ହୋଇଯାଇଛନ୍ତି। ଟୋଲ ପ୍ଲାଜାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ ହୋଇଛି। ଏହି ଘଟଣାରେ ମହିଳା କର୍ମଚାରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣା ଖୋଳତାଡ଼ ଆରମ୍ଭ କରିବା ସହିତ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି।

ଦିଲ୍ଲୀ-ମିରଟ ଏକ୍ସପ୍ରେସୱେର କାଶୀ ଟୋଲ ପ୍ଲାଜାରେ ଏହି ଘଟଣା ଘଟିଛି। ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ, ଜଣେ ମହିଳା କର୍ମଚାରୀ କାର୍‌ ସାମ୍ନାରେ ଛିଡ଼ା ହୋଇ ଗାଡ଼ିକୁ ଅଟକାଇଛନ୍ତି। ଅନ୍ୟ ଜଣେ ମହିଳା କର୍ମଚାରୀ ଗାଡ଼ିର ଡୋର ପାଖରେ ଛିଡ଼ା ହୋଇ ଚାଳକ ସହ କଥା ହେଉଛନ୍ତି। ଏହି ସମୟରେ ହଠାତ୍‌ ଚାଳକ ଗାଡ଼ିକୁ ଦ୍ରୁତଗତିରେ ନେଇ ଯାଉଛନ୍ତି। ଆଗରେ ଛିଡ଼ା ହୋଇଥିବା ମହିଳା କର୍ମଚାରୀ ଜଣକ ବି ଗାଡ଼ି ସହ ଘୋଷାରି ହୋଇ ଚାଲିଯାଇଛନ୍ତି।

- Advertisement -

ଟୋଲ ପ୍ଲାଜା ପରିଚାଳକ ଅନିଲ ଶର୍ମା କହିଛନ୍ତି ଯେ, ଏକ କାର୍‌ ଦିଲ୍ଲୀ ଆଡୁ ଆସିଥିଲା। ଜଣେ ମହିଳା କର୍ମଚାରୀ ତାଙ୍କୁ ଟୋଲ ଦେବାକୁ କହିଥିଲେ। କିନ୍ତୁ ଡ୍ରାଇଭର ଟୋଲ୍‌ ନ ଦେଇ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପରେ ଗାଡ଼ି ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ପୁଲିସ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories