www.samajalive.in
Tuesday, December 9, 2025
17.1 C
Bhubaneswar

ଆର.ଜି କର ପୂର୍ବତନ ଅଧ୍ୟକ୍ଷଙ୍କ ସମ୍ପର୍କୀୟଙ୍କ ଠାରୁ ୨୦୦ରୁ ଅଧିକ ଉତ୍ତର ଖାତା ଜବତ

ଡେସ୍କ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଚାଲିଥିବା ଆର୍ଥିକ ଅନିୟମିତତାର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସେପ୍ଟେମ୍ବର ୬ରେ ଚଢ଼ାଉ କରି ୨୦୦ରୁ ଅଧିକ ଉତ୍ତର ଖାତା ଜବତ କରିଛି। ୨୦୨୩ରେ ଶେଷ ସେମିଷ୍ଟର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଏହି ସ୍କ୍ରିପ୍ଟ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଭାଉଜ ଅର୍ପିତା ବେରାଙ୍କ ବାସଭବନରୁ ମିଳିଥିଲା।

ପଶ୍ଚିମବଙ୍ଗର ସିଲିଗୁଡିର ମିଲାନ୍ ପଲ୍ଲୀସ୍ଥିତ ବେରାଙ୍କ ଆପାର୍ଟମେଣ୍ଟରେ ଏକ ଟ୍ରଲି ବ୍ୟାଗରେ ରଖାଯାଇଥିବା ଉତ୍ତର ସ୍କ୍ରିପ୍ଟ ମିଳିଥିଲା। ଏହି ତଥ୍ୟ ପାଇବା ପରେ ଇଡି ଏହି କାଗଜପତ୍ର ବିଷୟରେ ବେରା ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଥିଲା। ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ସେମାନଙ୍କ ସ୍ପଷ୍ଟୀକରଣ ଅସନ୍ତୋଷଜନକ ଥିଲା ଏବଂ ସେମାନଙ୍କୁ ପୁନଃ ଜେରା କରାଯିବ ବୋଲି ଆଶା କରାଯାଉଛି।

- Advertisement -

ଉତ୍ତରଖାତା ବ୍ୟତୀତ କର୍ତ୍ତୃପକ୍ଷ ଘୋଷଙ୍କ ସମ୍ପତ୍ତି ସମ୍ବନ୍ଧୀୟ ଜମି ଦସ୍ତାବିଜ ଓ ଟେଣ୍ଡରର ନକଲ ଜବତ କରିଛନ୍ତି। କ୍ୟାମ୍ପସରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ନିଜ ପଦରୁ ଇସ୍ତଫା ଦେଇଥିବା ଘୋଷଙ୍କୁ ସେପ୍ଟେମ୍ବର ୨ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଥିଲା। ମେଡିକାଲ କଲେଜରେ ଆର୍ଥିକ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ତେବେ ଏହି ଉତ୍ତର ଖାତା ମିଳିବା ପରେ ଇଡି ୫ଟି ପ୍ରମୁଖ ପରୀକ୍ଷାରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଖୋଳତାଡ଼ କରୁଛି। ସେହି ପରୀକ୍ଷାଗୁଡିକ ହେଉଛି ଏଆଇପିଏମଟି ପେପର ଲିକ୍ (୨୦୧୧), ବ୍ୟାପମ ଦୁର୍ନୀତି (୨୦୧୩), ଏମ୍ସ ନିଯୁକ୍ତି ଦୁର୍ନୀତି (୨୦୨୩), ନିଟ୍ ୟୁଜି ଦୁର୍ନୀତି (୨୦୨୪) ଏବଂ ଜେଇଇ ମେନ୍ ପେପର ଲିକ୍ (୨୦୧୯)।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories