www.samajalive.in
Monday, December 8, 2025
14.1 C
Bhubaneswar

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ -ଛାତ୍ରଛାତ୍ରୀଙ୍କ ମନରେ ଦେଶଭକ୍ତି ଭାବନା ଜାଗ୍ରତ ପାଇଁ କାର୍ଯ୍ୟକ୍ରମ ଆୟୋଜନ

ସୁନ୍ଦରଗଡ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏକତା ଓ ସ୍ୱାଧୀନତାର ଭାବନାକୁ ପ୍ରତିଫଳିତ କରି ସ୍ୱାଧୀନତା ଦିବସକୁ ଦେଶପ୍ରେମର ସହ ପାଳନ କରିଛି । ସିଜିମାଳି ଓ ସୁନ୍ଦରଗଡ଼ ଅଞ୍ଚଳର ୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଉତ୍ସବ ଆୟୋଜନ କରି ଜାତୀୟ ଗୌରବ ଓ ସାମୂହିକ ଭାବନାକୁ ପ୍ରତିପାଦିତ କରିଛି ।

ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗୋଷ୍ଠିକୁ ଏକାଠି କରି ଦେଶ ପ୍ରତି ନିଜର ଭଲପାଇବା ଜାହିର କରିବା ଭଳି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

- Advertisement -

ଗୁଣପୁର ସ୍ଥିତ ସରକାରୀ ଏସଏସଡି ହାଇସ୍କୁଲର ଛାତ୍ର ତ୍ରିଲୋକନାଥ ବିଶୋଇ ତାଙ୍କ ଅନୁଭୂତି ବଖାଣିଥିଲେ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦ୍ୱାରା ଦେଶପ୍ରେମର ଗଭୀର ଭାବନା ଜାଗ୍ରତ ହୋଇଥିଲା ଏବଂ ମୋ ଦେଶ ପ୍ରତି ମୋର ଭଲପାଇବା ଗଭୀର ହୋଇଥିଲା । ଏହା ଏକ ଅବିଶ୍ୱସନୀୟ ଅନୁଭୂତି ଥିଲା ଯାହା ମୋତେ କଳା ମାଧ୍ୟମରେ ମୋର ଜାତୀୟ ଗର୍ବକୁ ପ୍ରକାଶ କରିବାକୁ ସୁଯୋଗ ଦେଇଥିଲା । ଏଭଳି ଏକ ପ୍ରେରଣାଦାୟୀ ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବେଦାନ୍ତ ନିକଟରେ ମୁଁ ପ୍ରକୃତରେ କୃତଜ୍ଞ ବୋଲି ସେ କହିଥିଲେ ।

ଏଭଳି କାର୍ଯ୍ୟକ୍ରମ ଜରିଆରେ ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟ କ୍ଷେତ୍ରରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ ତାହାର ସମର୍ପଣ ଭାବକୁ ଦର୍ଶାଏ । ସ୍ଥାନୀୟ କର୍ତ୍ତୃପକ୍ଷ, ସେବା ସଂଗଠନ ଏବଂ ଗୋଷ୍ଠିର ସଦସ୍ୟଙ୍କ ସହ ଘନିଷ୍ଠ ସହଯୋଗ କରି ବେଦାନ୍ତ ଆଲୁମିନିୟମ୍ ଗ୍ରାମୀଣ ଓଡ଼ିଶାରେ ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଆଣିବା ସହ ଏହି ଅଞ୍ଚଳର ଅଭିବୃଦ୍ଧି ଓ ଉନ୍ନତିରେ ତାହାର ପ୍ରମୁଖ ଯୋଗଦାନ ଜାରି ରଖିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories