ମା’କୁ ହତ୍ୟା କରି ରକ୍ତ ପିଇଲା ପୁଅ

0

କୋରବା : ଛତିଶଗଡ଼ର କୋରବା ଜିଲାରେ ଜଣେ ଯୁବକ ନିଜ ମା’କୁ ହତ୍ୟା କରି ରକ୍ତ ପିଇବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି। ଅଭିଯୁକ୍ତ ପୁଅ ଫେରାର ହୋଇଥିବା ପୁଲିସ୍‍ ପକ୍ଷରୁ କୁହାଯାଇଛି। ପୁଲିସ୍‍ କହିବା ଅନୁସାରେ କୋରବା ଜିଲା ପାଲି ଥାନା ଅଧୀନ ରାମକଚ୍ଛାର ଗ୍ରାମର ଦିଲ୍ଲୀପ ଯାଦବ ନାମକ ଜଣେ ୨୭ ବର୍ଷିୟ ଯୁବକ ନିଜ ମା’କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତର ମାଙ୍କ ନାମ ସୁମରିୟା ଦେବୀ ଓ ବୟସ ୫୦ ବର୍ଷ ବୋଲି କୁହାଯାଉଛି। ପୁଲିସ୍‍ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି। ପୁଲିସ୍‍ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦିଲ୍ଲୀପ ଏହି ହତ୍ୟାକାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଗତ ଗୁରୁବାର ଗ୍ରାମର ଜଣେ ମହିଳା ପୁଲିସ୍‍ ନିକଟରେ କହିଥିଲେ ଯେ ଦିଲ୍ଳୀପ ଯାଦବ ନିଜ ମା’କୁ ହତ୍ୟା କରି ରକ୍ତ ପିଇଥିଲା। ସେ ଶବକୁ ଖଣ୍ଡ ଖଣ୍ଡ କରି କାଟି ଚୁଲାରେ ଜାଳିବାକୁ ଚେଷ୍ଟା କରିଥିଲା। ଘଟଣା ଭିଆଇବା ପରେ ଦିଲ୍ଲୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Leave A Reply