ଏହି ୫ଟି କାରଣରୁ ଶେଖ୍‌ ହସିନା ହରାଇଲେ ଶାସନ ଗାଦି

ବାଂଲାଦେଶରେ ରାଜନୈତିକ ସଙ୍କଟ ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ପଦ ଛାଡିବା ସହ ଦେଶ ଛାଡି ପଳାୟନ କରିଛନ୍ତି ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଥିବା ଶେଖ୍ ହସିନା । ଆନ୍ଦୋଳନକାରୀମାନେ ତାଙ୍କର ବାସଭବନ ସହ ସରକାରୀ କାର୍ଯ୍ୟାଳୟ ଏବଂ ରାଜନୈତିକ ଦଳ କାର୍ଯ୍ୟାଳୟରେ ପ୍ରବଳ ଭଙ୍ଗା ରୁଜା କରିଛନ୍ତି । ଏହାପରେ ଦେଶର ଶାସନ ଭାର ବାଂଲାଦେଶ ସେନା ହାତରେ । ଶେଖ୍ ହସିନା ବାଂଲାଦେଶ ବାୟୁସେନାର ବିମାନରେ ଦେଶ ଛାଡିବା ପରେ ଭାରତରେ ଶରଣ ନେଇଛନ୍ତି ।

ଶେଖ ହସିନାଙ୍କ ବିରୋଧରେ ଅସନ୍ତୋଷର କାରଣ

୧ – ବିରୋଧିମାନଙ୍କୁ ଦୃଢ ହସ୍ତରେ ଦମନ କରିବା

ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ଶାସନ ଭାର ଗ୍ରହଣ କରିବା ପରେ ତାଙ୍କର ବିରୋଧିମାନଙ୍କୁ ଦୃଢ ହସ୍ତରେ ଦମନ କରିଥିଲେ । ବିରୋଧିଦଳ ନେତାମାନଙ୍କୁ ଗିରଫ କରିବା ସହ ମତବ୍ୟକ୍ତ କରିବାର ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦେଶରେ ବିରୋଧ ପ୍ରଦର୍ଶନକୁ ଶକ୍ତି ପ୍ରୟୋଗ କରି ବନ୍ଦ କରିଥିଲେ । ଗତ କିଛି ଦିନ ଧରି ହୋଇଥିବା ବିରୋଧ ପ୍ରଦର୍ଶନରେ ଅନେକ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଥିଲା । ପ୍ରଦର୍ଶନକାରୀଙ୍କ ବିରୋଧରେ ଅତ୍ୟଧିକ ବଳ ପ୍ରୟୋଗ କରିବାର ଅଭିଯୋଗ ହୋଇଥିଲା ।

୨- ଗଣତାନ୍ତ୍ରିକ ମାନଦଣ୍ଡକୁ ସମାପ୍ତ କରିବା
ହସିନାଙ୍କ ସମାଲୋଚକମାନେ , ସେ ଦେଶରେ ଗଣତାନ୍ତ୍ରିକ ମାନଦଣ୍ଡକୁ ସମାପ୍ତ କରି ଦେଇଥିବା ଅଭିଯୋଗ ହୋଇଛି । ତାଙ୍କର କାର୍ଯ୍ୟକାଳରେ ବିରୋଧଦଳର ନେତାମାନଙ୍କୁ ବିନାକାରଣରେ ଜେଲ୍‌ ପଠାଇବା ,ସରକାରୀ ସଂସ୍ଥାମାନଙ୍କୁ ଅତ୍ୟଧିକ ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ଅନେକ ରାଜନୈତିକ ଦଳ ବାଂଲାଦେଶର ଗତ ନିର୍ବାଚନରେ ଅଂଶଗ୍ରହଣ କରି ନଥିଲେ ।

୩. ମାନବାଧିକାରର ଉଲ୍ଲଘଂନ
ଶେଖ୍‌ ହସିନାଙ୍କ ସରକାର ମାନବାଧିକାର ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଥିଲା । ଅନେକ ଲୋକ ତାଙ୍କ କାର୍ଯ୍ୟକାଳରେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଅନେକ ହତ୍ୟାକାଣ୍ଡ ଏଥିରେ ସାମିଲ୍‌ । ଏଥିପାଇଁ ବାଂଲାଦେଶର ସୁରକ୍ଷାବଳଙ୍କ ନାମରେ ପଶ୍ଚିମଦେଶମାନେ ବିଭିନ୍ନ ଅଭିଯୋଗ କରିଥିଲେ ।

୪ .ସରକାରୀ ଚାକିରିରେ ସଂରକ୍ଷଣ
ସରକାରୀ ନିଯୁକ୍ତିରେ ସଂରକ୍ଷଣକୁ ଶେଖ୍‌ ହସିନା ବନ୍ଦ କରି ଦେଇଥିଲେ । ୧୯୭୧ରେ ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଲୋକଙ୍କ ପରିବାରକୁ ଦିଆଯାଇଥିବା ସଂରକ୍ଷଣକୁ ସେ ପ୍ରଥମେ ବନ୍ଦ କରିଥିଲେ । ଏହା ବିରୋଧରେ ହିଂସକ ପ୍ରଦର୍ଶନ ହୋଇଥିଲା । ଏହାପରେ ଏକ ହାଇକୋର୍ଟ ଏହାକୁ ଲାଗୁ କରିବା ପାଇଁ ନିର୍ଦେଶ ଦେଇଥିଲେ । ମାତ୍ର ପରେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିବା ପାଇଁ ନିର୍ଦେଶ ଦେଇଥିଲେ । ଶେଖ ହସିନା ଏଥିରେ ହସ୍ତକ୍ଷେପ କରିବା ପାଇଁ ମନା କରି ଦେଇଥିଲେ । ପରେ ବିରୋଧିମାନେ ଏହାକୁ ଅସ୍ତ୍ର ବନାଇ ହିଂସକ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ । ଏଥିରେ ଶେଖ୍‌ ହସିନା ଗାଦିଚ୍ୟୁତ ହୋଇଛନ୍ତି ।

୫. ଗଣମାଧ୍ୟମ ଉପରେ ପ୍ରତିବନ୍ଧକ

ଶେଖ ହସିନାଙ୍କ ସରକାର ସେଠାକାର ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସରକାରଙ୍କ ବିରୋଧର ଖବର ପ୍ରସାରଣ କଲେ ସେମାନଙ୍କୁ ଗିରଫ କରାଯିବ ସହ ବିଭିନ୍ନ ପ୍ରକାରରେ ହଇରାଣ କରାଯାଉଥିଲା । ଏହାର ପ୍ରତିକୂଳ ପ୍ରଭାବ ତାଙ୍କ ସରକାର ଉପରେ ପଡିଥିବା କୁହାଯାଉଛି ।

Comments are closed.