www.samajalive.in
Monday, December 8, 2025
14.1 C
Bhubaneswar

ବୋଲିଂ କରୁଥିଲେ ଓ୍ବାଶିଂଟନ ସୁନ୍ଦର, ହଠାତ ମାରିବାକୁ ଦୌଡ଼ିଲେ ରୋହିତ ! ଜାଣନ୍ତୁ କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ରବିବାର କଲୋମ୍ବୋସ୍ଥିତ ଆର. ପ୍ରେମଦାସା ଷ୍ଟାଡିୟମରେ ୨ୟ ଦିନିକିଆ ମ୍ୟାଚ ଶେଷ ହୋଇଛି। ଭାରତ ଏହି ମ୍ୟାଚରେ ଘରୋଇ ଶ୍ରୀଲଙ୍କାଠାରୁ ପରାଜୟବରଣ କରିଛି। ତେବେ ଏହି ମ୍ୟାଚରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଓ୍ବାଶିଂଟନ ସୁନ୍ଦର ବୋଲିଂ କରୁଥିବା ସମୟରେ ରୋହିତ ଶର୍ମା ହଠାତ ତାଙ୍କୁ ମାରିବାକୁ ଦୌଡ଼ି ଆସିଥିଲେ। ଏଭଳି ଦୃଶ୍ୟ ଦେଖି ପଡ଼ିଆରେ ଉପସ୍ଥିତ ଅମ୍ପାୟାର ଏବଂ ଖେଳାଳିମାନେ ହଠାତ କିଛି ବୁଝିପାରି ନ ଥିଲେ।

ସେମି ଫାଇନାଲରେ ଖେଳିବେନି ଅମିତ; ଜାଣନ୍ତୁ କ’ଣ କାରଣ

- Advertisement -

ଘଟଣାଟି ଥିଲା ଏମିତି। ଶ୍ରୀଲଙ୍କା ବ୍ୟାଟିଂ କରୁଥିବା ସମୟରେ ଓ୍ବାଶିଂଟନ ସୁନ୍ଦର ବୋଲିଂ କରୁଥିଲେ। ଗୋଟିଏ ଓଭରରେ ସୁନ୍ଦର ବୋଲିଂ କରିବାକୁ ରନ୍‌ଅପ ନେଇ ଆସିଲେ। କିନ୍ତୁ ବଲ ପକାଇବା ପୂର୍ବରୁ ହସିଦେବାରୁ ଆଉ ବଲ ପକାଇ ନ ଥିଲେ। ସେ ପୁନର୍ବାର ରନ୍‌ଅପ ନେଇ ଆସିଲେ ବଲ ପକାଇବାକୁ। ହେଲେ ୨ୟ ଥର ବି ବଲ ନ ପକାଇ ଅଟକି ଯାଇଥିଲେ। ଏହା ଦେଖି ସ୍ଲିପରେ ଛିଡ଼ା ହୋଇଥିବା ରୋହିତ ହାତ ଉଠାଇ ସୁନ୍ଦରଙ୍କୁ ମାରିବାକୁ ଦୌଡ଼ି ଆସିଲେ। ମାତ୍ର କିଛି ବାଟ ପରେ ଅଟକି ଗଲେ। ସମସ୍ତେ ଏହା ଦେଖି ପ୍ରଥମେ ହତବାକ ହୋଇଯାଇଥିଲେ। ହେଲେ ରୋହିତଙ୍କ ଏହା ଥିଲା ମଜାଳିଆ ଢଙ୍ଗ। ସେ ହସି ହସି ସୁନ୍ଦରଙ୍କୁ ମାରିବାକୁ ଦୌଡ଼ି ଆସିଲେ। ରୋହିତଙ୍କ ଏପରି ଢଙ୍ଗ ଦେଖି ଓ୍ବିକେଟି କିପରି କେ.ଏଲ. ରାହୁଲଙ୍କ ସମେତ ଅନ୍ୟ ଖେଳାଳିମାନେ ନିଜ ହସକୁ ରୋକିପାରି ନ ଥିଲେ। ସୁନ୍ଦର ବି ରୋହିତଙ୍କୁ ଦେଖି ହସିବାକୁ ଲାଗିଥିଲେ। ପଡ଼ିଆ ଭିତରେ ରୋହିତ ଅନେକ ସମୟରେ ଖେଳାଳିମାନଙ୍କ ସହିତ ଏପରି ମଜାଳିଆ ଅନ୍ଦାଜରେ ବ୍ୟବହାର କରିଥାଆନ୍ତି, ଯାହା ଖେଳାଳିମାନଙ୍କୁ ଚାପ ମୁକ୍ତ କରିବାରେ ସହାୟକ ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories